ମୋ ବସ୍ ସେବାକୁ ଜାତୀୟ ସ୍ୱୀକୃତି, ମିଳିଲା ସ୍ମାର୍ଟ ସଲ୍ୟୁସନ ଚାଲେଞ୍ଜ ଆଣ୍ଡ ଇନକ୍ଲୁସିଭ ସିଟିଜ୍ ସମ୍ମାନ
1 min readନୂଆଦିଲ୍ଲୀ: ଓଡ଼ିଶାର ମୋ ବସ୍ ସେବାକୁ ମିଳିଲା ଜାତୀୟ ସ୍ୱୀକୃତି। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍)କୁ ମିଳିଲା ସିଟିଜ୍ ଆୱାର୍ଡ଼। ସ୍ମାର୍ଟ ସଲ୍ୟୁସନ ଚାଲେଞ୍ଜ ଆଣ୍ଡ ଇନକ୍ଲୁସିଭ ସିଟିଜ୍ ସମ୍ମାନ ଗ୍ରହଣ କଲା କ୍ରୁଟ୍ । ୨୦୨୨ରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କ୍ରୁଟକୁ ଏହି ସମ୍ମାନ ମିଳିଛି । ଜୁଲାଇ ୨୬ରେ କରାଯାଇଥିଲା ଘୋଷଣା । ଗୁରୁବାର ବିଦ୍ଧିବଦ୍ଧ ଭାବେ ଏହି ପୁରସ୍କାର ପ୍ରଦାନ କରାୟାଇଛି । ନୂଆଦିଲ୍ଲୀ ଠାରେ ଆୟୋଜିତ କାର୍ୟ୍ୟକ୍ରମରେ କ୍ରୁଟ୍ ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି ।
We are elated to announce that Ms. Dipti Mahapatro,GM(P&A), CRUT received the prestigious Smart Solutions Challenge Inclusive Cities Awards 2022 for CRUT at Delhi today where Shri. Hardeep Singh Puri, Minister of Housing and Urban Affairs, Government of India was the Chief Guest. pic.twitter.com/2njOojqur7
— Capital Region Urban Transport (@CRUT_BBSR) September 1, 2022
ଲୋକଙ୍କ ସହଜ ଯାତାୟତ ଓ ବଜାରର ଚାହିଦା ଅନୁସାରେ କ୍ରୁଟ୍ ମୋ ବସ୍ ସେବାର ଅଭିନବ ଓ ନିପାଦ ୟାତ୍ରା ଯୋଗାଇ ଦେଉଛି । ନିଜ ଗାଡ଼ି ଛାଡ଼ି ଲୋକ ବ୍ୟବହାର କରୁଛନ୍ତି ମୋ ବସ୍ । କ୍ରୁଟ୍ ଏକମାତ୍ର ସହରା଼୍ଚଳ ପରିବହନ ସେବା ପ୍ରଦାନକାରୀ ସଂସ୍ଥା ଭାବେ ବରିଷ୍ଠ ନାଗରିକ ଯାତ୍ରୀଙ୍କ ପାଇଁ ସଂରକ୍ଷିତ ସିଟ୍ ସହ ଟିକେଟ୍ ମବଲ୍ୟରେ ୫୦ପ୍ରତିଶତ ରିହାତି ହେଉଛି । ମହିଲାଙ୍କ ପାଇଁ ସିଟ୍ ସଂରକ୍ଷଣ ସହ ଦିବ୍ୟାଙ୍ଗ ୟାତ୍ରୀଙ୍କ ଟିକେଟ୍ ମୂଲ୍ୟରେ ରିହାତି ବ୍ୟବସ୍ଥା ହୋଇଛି ।