ରାଜଧାନୀରେ ଭାରୀ ମୋଟରଯାନ ଚଲାଇବେ ମହିଳା ଓ କିନ୍ନର, କ୍ରୁଟ୍ ପକ୍ଷରୁ ଦିଆଯିବ ତାଲିମ
1 min readଭୁବନେଶ୍ୱର: ରାଜଧାନୀରେ ଭାରି ମୋଟରଯାନ ଚଲାଇବେ ମହିଳା ଓ କିନ୍ନର । ଏଥିପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହିଳା ଓ କିନ୍ନରଙ୍କୁ ଭାରି ଯାନ ଚଲାଇବା ନେଇ ତାଲିମ ଦିଆଯିବ । ଆଉ ଏହି ସୁଯୋଗ ଦେବ କ୍ରୁଟ୍ । ଏଥିପାଇଁ ଇଚ୍ଛୁକ ବ୍ୟକ୍ତି ଆବେଦନ କରିପାରିବେ । ଭାରିଯାନ ଡ୍ରାଇଭିଂ ଟ୍ରେନିଂ ପାଇଁ ୧ ଏପ୍ରିଲ ୨୦୨୧ ପୂର୍ବରୁ ବର୍ଷେ ବୈଧତା ଏଲଏମଭି ଲାଇସେନ୍ସ ଥିବା ଆବଶ୍ୟକ । ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ କିମ୍ବା ତାଠାରୁ ଅଧିକ ହେବ । ସେହପରି ବୟସ ୨୦ରୁ ୪୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
CRUT is facilitating Training for Heavy Motor Vehicle Driving at Chhatia exclusively for #Women & #Transgender. Interested candidates may apply. Refer to the image attached for details.
ମହିଳା ଓ କିନ୍ନରମାନଙ୍କ ପାଇଁ ଭାରୀ ମୋଟରଯାନ ଚାଳନା ତାଲିମ ସୁଯୋଗ। ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। pic.twitter.com/zI41yL7DDv
— Capital Region Urban Transport (@CRUT_BBSR) May 26, 2022