କ୍ରୁଜ୍ ଡ୍ରଗ୍ସ ମାମଲା, ଆର୍ଯ୍ୟନ ଖାନଙ୍କୁ ମିଳିଲାନି ଜାମିନ୍

1 min read
Cruise Drugs Case Court Rejects Bail Applications of Aryan Khan

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଜାମିନ୍ ମିଳିନାହିଁ । ଗତ ୧୩ ଦିନ ହେଲା ଆର୍ଯ୍ୟନ ଆର୍ଥର ରୋଡ୍ ଜେଲରେ ଅଛନ୍ତି । ଗତ ଶୁଣାଣି ବେଳେ କୋର୍ଟ ନିଷ୍ପତ୍ତି  ସଂରକ୍ଷିତ ରଖିଥିଲେ । ଆଜି କୋର୍ଟ ଆର୍ଯ୍ୟନଙ୍କ ସହ ଅନ୍ୟ ୨ ଅଭିଯୁକ୍ତ ଅରବାଜ ଓ ମୁନମୁନଙ୍କ ଜାମିନ୍ ଆବେଦନ ଖାରଜ କରି ଦେଇଛନ୍ତି । ଏବେ ଏହି ମାମଲାରେ ହାଇକୋର୍ଟ ଯିବାକୁ ଓକିଲଙ୍କ ନିକଟରେ ବିକଳ୍ପ ରହିଛି ।

ଅକ୍ଟୋବର ୨ ରାତିରେ ‘କାର୍ଡଲିୟା ଦ ଇମ୍ପ୍ରେସ୍‘ ନାମକ କ୍ରୁଜରୁ ଆର୍ଯ୍ୟନଙ୍କୁ ଗିରଫ କରିଥିଲା ଏନସିବି । ସେବେଠୁ ଆଜି ଯାଏଁ ୧୭ ଦିନ ବିତିଥିବା ବେଳେ ଆର୍ଯ୍ୟନ ଜେଲରୁ ବାହାରି ପାରିନାହିଁ । ଶାହରୁଖ ଖାନଙ୍କ ପରିବାର ଚିନ୍ତାରେ ରହିଛନ୍ତି । ସୂଚନାଯୋଗ୍ୟ, ଆର୍ଯ୍ୟନଙ୍କ ପାଖରୁ ଏନସିବି ଡ୍ରଗ୍ସ ପାଇନଥିଲା । କିନ୍ତୁ ଆର୍ଯ୍ୟନ କିଛି ବର୍ଷ ଧରି ଡ୍ରଗ୍ସ ନେଉଥିବା ଏନସିବି କୋର୍ଟରେ ଦାବି କରିଥିଲା ।

Cruise Drugs Case Court Rejects Bail Applications of Aryan Khan

ଏପରିକି ଡ୍ରଗ୍ସ ମାଫିଆଙ୍କ ସହ ଆର୍ଯ୍ୟନଙ୍କ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା । ତେବେ ବଲିଉଡ୍ ସହ ଜଡ଼ିତ ଲୋକ ଏନସିବି ଦାବି ଉପରେ ପ୍ରଶ୍ନ ଉଠାଇଥିଲେ । ସାଧାରଣତଃ ଏଭଳି ମାମଲାରେ ଜାମିନ୍ ମିଳି ଯାଉଥିବା ବେଳେ ଆର୍ଯ୍ୟନ ୧୭ ଦିନ ହେଲା ଜେଲରୁ ବାହାରି ପାରୁନାହାଁନ୍ତି । ସେସନ୍ କୋର୍ଟ ୧୪ ତାରିଖରେ ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ ।

Leave a Reply