ସିସିଟିଭିରେ ରେକର୍ଡ଼ ହେଲା ମାଆର ନିଷ୍ଠୁରତା, ୧୫ ମାସର ଶିଶୁର ଗୋଡ ହାତ ବାନ୍ଧି ମାଡ ମାରୁଥିଲେ ମହିଳା

ପୁରୀ: ନିଷ୍ଠୁର ମାଆ । ମାଆ ଏମିତି ଏକ ଶବ୍ଦ ଯାହାର ଉଚାରଣ ମାତ୍ରକେ କାହିଁ କେତେ ସ୍ନେହ ପ୍ରେମ ତ୍ୟାଗର ପ୍ରତିମୂର୍ତ୍ତି ସାମ୍ନାକୁ ଚାଲିଆସେ । ଆଉ ଆଖି ଆଗରେ ଭାସିଆସେ ତା ସମର୍ପଣ ଆଉ ନିସ୍ୱାର୍ଥ ପ୍ରେମର ସୂଅ । କେତେ ବେଳେ ସେ ମାଆ ପିଲଟିକୁ ଆକଟ କରେ ତ କେତେବେଳେ ସେ ତା ପିଲା ପାଇଁ ତାର ସବୁ ସୁଖକୁ ଜଳାଞ୍ଜଳି ଦେଇ ଦିଏ । କିନ୍ତୁ ଦୁନିଆରେ ଏମିତି ବି ମାଆ ଅଛନ୍ତି ଯାହାଙ୍କ ଆଗରରେ ସ୍ନେହ ପ୍ରେମର କିଛି ମୂଲ୍ୟ ନାହିଁ ।  ଯେଉଁ ବୟସରେ ତାକୁ ସ୍ନେହ ଦରକାର ସେହି ସମୟରେ ସେ ମାଆ ତାଙ୍କୁ ନିର୍ଦ୍ଦୟଭାବେ ମାଡ଼ ମାରେ । ଏମିତି ଏକ ଘଟଣା ପୁରୀ ଜିଲ୍ଲା ଗୋପ ଥାନା ସୋରବାହା ପଞ୍ଚାୟତ ପାଇକସାହି ଗାଁରେ ଦେଖିବାକୁ ମିଳିଛି ।

୧୫ ମାସର ଛୋଟ ଛୁଆର ଗୋଡ ହାତ ବାନ୍ଧି ନିର୍ଦ୍ଦୟ ଭାବେ ମାଡ ମାରୁଛି ଜଣେ ମାଆ  । ଏହି ସମସ୍ତ ଘଟଣା କଏଦ ହୋଇଛି ସିସିଟିଭିରେ । ନିଜ ଜନ୍ମକଲା ପୁଅକୁ ଅତି ନିର୍ଦ୍ଦୟ ଭାବେ କିଭଳି ହାତଗୋଡ ବାନ୍ଧି ମାଡ ମାରୁଛନ୍ତି ସେହି ମାଆ । ସବୁ ସ୍ନେହ ପ୍ରେମକୁ ଭୁଲି ୧୫ମାସର ନିରିହ ଶିଶୁଟିକୁ ମାରିଚାଲିଛି ମାଆ ରୋଜାଲିନ ।

ସ୍ତ୍ରୀ ରୋଜାଲିନ ନାୟକ ଓ ସ୍ୱାମୀ ଚକ୍ରଧର ନାୟକ ନାମକ, ଆଉ ୧୫ ମାସର ଶିଶୁ ଏବଂ ବାପା ମାଙ୍କୁ ନେଇ ତାଙ୍କ ପରିବାର  । ଚକ୍ରଧର ଭୁବନେଶ୍ୱରରେ ଆଳୁ ବ୍ୟବସାୟ କରୁଥିବା ବେଳେ ଘରେ ତାଙ୍କ ସ୍ତ୍ରୀ ଛୁଆ ଏବଂ ବାପା ମା ରୁହନ୍ତି  । ମଙ୍ଗବାର ଚକ୍ରଧର ଘରକୁ ଯାଇଥିବା ବେଳେ ସିସଟିଭିର ଭିଡିଓ ଦେଖିଥିଲେ । ତେବେ ପୂର୍ବରୁ ଚକ୍ରଧରଙ୍କ ବାପା ଏବଂ ମାଙ୍କୁ ତାଙ୍କ ସ୍ତ୍ରୀ ମାଡ ମାରୁଥିବାରୁ ଚକ୍ରଧର ସ୍ତ୍ରୀର ଅଜାଣତରେ ଘରେ ଲଗାଇଥିଲେ ସିସିଟିଭି  । ଆଉ ଏବେ ସେହି ସିସିଟିଭିରେ କଏଦ ହୋଇଛି ଏହି ନିଷ୍ଠୁର ମାର କାରାନାମା  । ତେବ ପୂର୍ବରୁ ବାପା ମାଙ୍କୁ ମାଡ ମାରୁଥିବାରୁ ଚକ୍ରଧର କୋଣାର୍କ କୋର୍ଟରେ କେସ କରିବା ପରେ ପୋଲିସକୁ କାର୍ଯାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯିବା ସତ୍ତ୍ୱେ ପୋଲିସ କୌଣସି କାର୍ଯାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ଚକ୍ରଧର  ।

Leave a Reply