ପୁଅ ହେଲାନି ବାପାର ମୁଡ୍ ବିଗିଡ଼ିଗଲା, ତା’ ପରେ କ’ଣ କଲା ପଢ଼ନ୍ତୁ…..
1 min readତାମିଲନାଡ଼ୁ: ଝିଅ ଜନ୍ମ ହେଉ ହେଉ ବାପାର ମୁଡ୍ ବିଗିଡ଼ିଗଲା ଯେମିତି ପୁଅ ପାଇଁ ହିମାଳୟ ଯାଇ ତପସ୍ୟା କରିଥିଲା କି କ’ଣ ? ଝିଅ ତିନି ଦିନର ହୋଇଥିବା ବେଳେ ହତ୍ୟା ଉଦ୍ୟମ କରିଥିଲା, କିନ୍ତୁ ପାରିଲାନି । ସୁଯୋଗ ଉଣ୍ଡି ଉଣ୍ଡି ପୁଣି ୧୭ ଦିନରେ ନେଇ ନଈରେ ଫିଙ୍ଗିଦେଲା । ଏହି ଅଭାବନୀୟ ଘଟଣା ଘଟିଛି ତାମିଲନାଡ଼ୁର ଭିଲ୍ଲୁପୁରମ ଜିଲ୍ଲାର ତିରୁକୋଭିଲୁରରେ । ଏଭଳି ପିଶାଚ, ରାକ୍ଷସ, ନୃଶଂସ, ମାନସିକ ବିକାରଗ୍ରସ୍ତ ବାପା ପାଇଁ ଆମ ପାଖରେ ଭାଷାର ବି ଅଭାବ ପଡ଼ୁଛି ।
ମଙ୍ଗଳବାର ରାତି ପ୍ରାୟ ୧୨ଟା ୩୦ । ମାଆ କୋଳରେ ଶୋଇ କୁଆଁ କୁଆଁ ଶବ୍ଦ କରୁଥିଲା ଝିଅଟି । ମାଆର ଟିକେ ଆଖି ଲାଗିଯାଇଛି କି ନାହିଁ, ପିଶାଚ ବାପା ଝିଅକୁ ନେଇ ଘରଠାରୁ ୫୦୦ ମିଟର ଦୂରରେ ଥିବା ନଈରେ ଫିଙ୍ଗି ଦେଲା । ସ୍ତ୍ରୀ ରାତି ୪ଟାରେ ଉଠିବା ପରେ ଝିଅକୁ ଖୋଜି ନପାଇବାରୁ ଜୋରରେ ଚିତ୍କାର କରିଥିଲେ ।
ଶେଷରେ ନୃଶଂସ ବାପା ମାନିଥିଲା ଝିଅକୁ ନେଇ ନଈରେ ଫିଙ୍ଗି ଦେଇଛି ବୋଲି। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ବାପା ଡି. ବର୍ଦ୍ଧରାଜନକୁ ଗିରଫ କରିଛି । ପୁଅ ହେବା ନେଇ ଆଶାବାଦୀ ଥିବା ବର୍ଦ୍ଧରାଜନ ଝିଅ ଜନ୍ମର ତିନି ଦିନ ପରେ ତାକୁ ମାରିବାକୁ ଚେଷ୍ଟା କରିଥିଲା । ସେତେବେଳେ ପରିବାର ଲୋକେ ତାକୁ ଅଟକାଇଥିଲେ । କିନ୍ତୁ ମଙ୍ଗଳବାର ରାତିର ଅନ୍ଧାରରେ ମାଆ କୋଳରୁ ଝିଅକୁ ନେଇ ମାରିଦେଇଛି ବର୍ଦ୍ଧରାଜନ । ')}