ପୁଟିନଙ୍କ ଯୁଦ୍ଧ ଘୋଷଣା ପରେ ବଢ଼ିଲା ଅଶୋଧିତ ତୈଳ ଦର, ବ୍ୟାରେଲ ପିଛା ଟପିଲା ୧୦୦ ଡଲାର

1 min read

ନୂଆଦିଲ୍ଲୀ: ୟୁକ୍ରେନ ବିପକ୍ଷରେ ଯୁଦ୍ଧ ପାଇଁ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ ବିପକ୍ଷରେ ଯୁଦ୍ଧ ଘୋଷଣା ପରେ ଦ୍ରୁତଗତିରେ ଋଷ ଆଡ଼କୁ ଅଗ୍ରସର ହେଉଛି ଋଷ । ଋଷର ଯୁଦ୍ଧ ଘୋଷଣା ପରେ ଏହାର ପରିଣାମ ବଜାର ଦର ଉପରେ ପଡ଼ିଛି । ଗତକାଲି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୫ ଡଲାର ରହିଥିଲା । କିନ୍ତୁ ଆଜି ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ଅଶୋଧିତ ତୈଳ ଦର ୧୦୦ ଡଲାର ଟପିଛି । ଯାହା ବିଗତ ୮ ବର୍ଷ ରେ ସର୍ବାଧିକ ଅଟେ । ଋଷ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ତୈଳ ଉତ୍ପାଦକ । କିନ୍ତୁ ଏବେ ଯୁଦ୍ଧ ଫଳରେ ଆରମ୍ଭ ହେବା ଫଳରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି ।

ସୂଚନା ଅନୁସାରେ ବିଗତ କିଛି ଦିନ ଧରି ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିଲା ବିବାଦ । ତେବେ ଆଜି ସକାଳୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନରେ ମିଲିଟାରୀ ଅପରେସନ ଘୋଷଣା କରିଥିଲେ । ପୁଟିନଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରିଛି ଋଷ । ୟୁକ୍ରେନକୁ ତିନି ପଟୁ ଘେରିଛି ଋଷ । ୟୁକ୍ରେନ ରାଜଧାନୀ କିଭ୍ ସହ ୧୦ ସହର ଉପରେ ଆକ୍ରମଣ କରିଛି ଋଷ । ରାଜଧାନୀ କିଭ୍ ଉପରେ କ୍ରୁଜ୍ ଓ ବାଲାଷ୍ଟିକ୍ ମିଜାଇଲ ଆକ୍ରମଣ କରିଛି ଋଷ । ଋଷର ଆକ୍ରମଣରେ ୟୁକ୍ରେନରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ପୁଟିନ୍ ୟୁକ୍ରେନ ସହ ଯୁଦ୍ଧ ଘୋଷଣା କରିବା ସହ ବିଶ୍ୱକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି କୌଣସି ଦେଶ ଋଷକୁ ରୋକିବାକୁ ଚେଷ୍ଟା କରିବେ ତାହାଲେ ଭୟଙ୍କର ପରିଣାମ ଭୋଗିବେ ବୋଲି କହିଛନ୍ତି ।

Leave a Reply