ପଟିଆଲା ହାଉସ କୋର୍ଟରେ ହାଜର ହେବେ ଶ୍ରୀଲଙ୍କା ସୁନ୍ଦରୀ, ଲୁକ୍ ଆଉଟ୍ ସର୍କୁଲାର ଜାରି

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ଠକେଇ ଘଟଣା । ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର ହେବେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ନିୟମିତ ଜାମିନ ନେଇ ଜ୍ୟାକଲିନ ଯେଉଁ ଆବେଦନ କରିଥିଲେ ତାହାର ହେବ ଶୁଣାଣି । ଗତ ସପ୍ତାହରେ ତାଙ୍କ ଜାମିନ ଆବେଦନର ଶୁଣାଣି କରି କୋର୍ଟ ୧୫ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ତାରିଖ ଧାର୍ଯ୍ୟ କରିଥିଲେ । ଗତ ୧୦ ତାରିଖରେ ହୋଇଥିବା ଜାମିନ ଆବେଦନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିଲା ଜୋରଦାର ବିରୋଧ ।

ଜାମିନ ମିଳିଲେ ଜ୍ୟାକଲିନ ବିଦେଶକୁ ଚାଲିଯିବାର ଆଶଙ୍କା ରହିଛି ବୋଲି ଦର୍ଶାଇଥିଲା ଇଡି । ଯୁକ୍ତିବେଳେ କାହିଁକି ଜ୍ୟାକଲିନଙ୍କୁ ଗିରଫ କରାଯାଇନାହିଁ ବୋଲି କୋର୍ଟ ବି କହିଥିଲେ । ଜ୍ୟାକଲିନ ବିଦେଶକୁ ଖସିଯିବା ଆଶଙ୍କା ଥିବାରୁ ଜ୍ୟାକଲିନଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି କରିଥିଲା ଇଡି । ପୂର୍ବରୁ ନଭେମ୍ବର ୧୦ ତାରିଖ ଯାଏ ଜ୍ୟାକଲିନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ଦିଲ୍ଲୀ କୋର୍ଟ ।