ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହେଲା ସିଆରପିଏଫ ଯବାନଙ୍କ ଝୁଲନ୍ତା ମୃତଦେହ  

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଘସିଏନ ଗାଁରେ ଅଭାବନୀୟ ଘଟଣା । ସନ୍ଦେହଜନକ ଅବସ୍ଥାରେ ଜଣେ ସିଆରପିଏଫ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ଛୁଟିରେ ଆସିଥିବା ଯବାନଙ୍କ ମୃତଦେହକୁ ଲରମ୍ଭା ପୋଲିସ ଉଦ୍ଧାର କରିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମୃତ ଯବାନ ନାଁ ଗଣେଶ ରାମ ଭୋଇ  । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଗଣେଶଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟାକରି ରଶିରେ ଝୁଲାଇ ଦିଆଯାଉଥିବା ଅଭିଯୋଗ କରିଚନ୍ତି ପରିବାର ଲୋକ। ପାରିପାର୍ଶ୍ବିକ ପରିସ୍ଥିତି ଦେଖି ପରିବାର ଲୋକେ ଅଭିଯୋଗ କରିଥିବା ବେଳେ, ଲରମ୍ଭା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି  । ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସାଇଣ୍ଟିଫିକ୍ ଟିମ୍ ପକ୍ଷରୁ ଛାନବିନ ଆରମ୍ଭ ହୋଇଛି।