spot_img

Latest Posts

ଏଣେ ତେଣେ ପଡିଛି କାଉଙ୍କ ମୃତଦେହ 

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ୍ ପୁବୁସାହି ଅଞ୍ଚଳରେ ମଡ଼କ । ଏଣେ ତେଣେ ପଡିଛି କାଉଙ୍କ ମୃତଦେହ । ୨୫ରୁ ଅଧିକ କାଉ ମରିପଡିଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି । କାଉ ମଡକର କାରଣ ଅସ୍ପଷ୍ଟ ରହିଛି । ଆଜି ଗୋଟିଏ ଦିନରେ ଏତେ ସଂଖ୍ୟକ  କାଉ ମରିବା ନେଇ ଲୋକେ ଆତଙ୍କିତ ରହିଛନ୍ତି। ପ୍ରାଣୀଧନ ବିଭାଗ ପକ୍ଷରୁ ସ୍ଥାନୀୟ ଏଲଆଇ ଟିମ ସହ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାସ୍ଥଳରୁ ମୃତ ପକ୍ଷୀଙ୍କ ନମୁନା ଅଣାଯାଇଥିବା ବେଳେ ମୃତ ପକ୍ଷୀଙ୍କୁ ପୋଡିବା ସହ ପକ୍ଷୀ ମରିପଡିଥିବା ସ୍ଥାନ ଗୁଡିକୁ ବିଶୋଧନ କରାଯାଇଥିବା ଦେଖିବାକୁ ମିଳିଛି। ସଂଗୃହିତ ନମୁନାକୁ ଆସନ୍ତାକାଲି କଟକ ଫୁଲନଖରା ସ୍ଥିତ ପ୍ରାଣୀରୋଗ ଗବେଷଣା କେନ୍ଦ୍ରକୁ ପଠାଯିବ। ରିପୋର୍ଟ ଆସିବା ପରେ କାଉ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଦେବୀଦତ ମାଝୀ।

Latest Posts

Don't Miss