ଜେଲ୍ ଗଲେ କୋଟିପତି ଅଙ୍ଗନୱାଡ଼ି ଦିଦି

Crorepati Anganwadi Didi Forwarded To Jharpada Jail

ଭୁବନେଶ୍ୱର: ଝାରପଡ଼ା ଜେଲ୍ ଗଲେ କୋଟିପତି ଅଙ୍ଗନୱାଡ଼ି ଦିଦି । ଗିରଫ କୋରଡକଣ୍ଟାର ଅଙ୍ଗନୱାଡ଼ି ଦିଦି କବିତା ମଥାନଙ୍କ ଡାକ୍ତରୀ ପରୀକ୍ଷା ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମାରାଥନ ରେଡ୍ ପରେ ଦିଦିଙ୍କ ମୋଟ ୨ କୋଟି ୯୬ ଲକ୍ଷ ୩୯ ହଜାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ବିଭାଗ । ଗତକାଲି ୬ଟି ସ୍ଥାନରେ ମାରାଥନ୍ ରେଡ୍ ପରେ ଦିଦିଙ୍କ ସମ୍ପତ୍ତି ଦେଖି ଟେରା ହୋଇ ଯାଇଥିଲା ଭିଜିଲାନ୍ସ । ତାଙ୍କୁ ଗିରଫ ପରେ କୋର୍ଟରେ ହାଜର କରାଯାଇଥିଲା ।

Crorepati Anganwadi Didi Forwarded To Jharpada Jail

ଆଜି କବିତାଙ୍କ ମେଡିକାଲ ଟେଷ୍ଟ ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏବେ ସୁଦ୍ଧା କବିତାଙ୍କ ପାଖରୁ ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ରହିଛି ଭୁବନେଶ୍ୱର କୋରଡକଣ୍ଟାରେ ଏକ ଦୁଇ ମହଲା ବିଶିଷ୍ଟ ଘର, ଝାରପଡାରେ ଚାରି ମହଲା ଘର ସାଙ୍ଗକୁ ଏକ ତିନିମହଲା ଓ ଦୁଇଟି ଦୁଇ ମହଲା ଘର । ଏହାସହ ଦିଦିଙ୍କ ପାଖରୁ ୧୪ଟି ପ୍ଲଟ ଠାବ ହୋଇଛି । ଯେଉଁଥିରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୧୦ଟି ପ୍ଲଟ ରହିଛି ।

ଏଥିସହ ପଢ଼ନ୍ତୁ: ୪ କୋଟି ସମ୍ପତ୍ତିର ମାଲିକାଣୀ ଅଙ୍ଗନୱାଡ଼ି ଦିଦି

ଗୋଟିଏ କାର ସାଙ୍ଗକୁ ୩ଟି ବାଇକ୍, ଦୁଇ ଲକ୍ଷରୁ ଅଧିକ ବୀମା ଜମା ଟଙ୍କା, ୬ ଲକ୍ଷ ୩୬ ହଜାର ଟଙ୍କାର ସୁନା ଗହଣା ସାଙ୍ଗକୁ ବହୁ ମୂଲ୍ୟବାନ ଆସବାବପତ୍ର ଠାବ କରିଛି ଭିଜିଲାନ୍ସ । ତାଙ୍କ ସ୍ୱାମୀ ମୋହରୀର ଅଛନ୍ତି । ତେବେ କିଭଳି ଏତେ ସମ୍ପତ୍ତିର ମାଲିକ ହେଲେ କବିତା ? ଦରମା ବ୍ୟତୀତ ଆଉ କଣ ଥିଲା ଇନକମ ସୋର୍ସ ? ଯାହାର ତଦନ୍ତ କରୁଛି ଭିଜିଲାନ୍ସ ବିଭାଗ ।

Leave a Reply