ନଦୀକୁ ଗାଧୋଇବାକୁ କିମ୍ବା ଶୌଚ ପାଇଁ ଯାଉଥିଲେ ସାବଧାନ, ବ୍ରାହ୍ମଣୀ ନଦୀରେ କୁମ୍ଭୀର

ଢେଙ୍କାନାଳ: ବ୍ରାହ୍ମଣୀ ନଦୀରେ କୁମ୍ଭୀର । ଯାହାକୁ ନେଇ ସଚେତନତା ଜାରି କଲା ଢେଙ୍କାନାଳ ବନଖଣ୍ଡ । ତାଳଚେର ସିରିଗିଡା ଗାଁ ସ୍ଥିତ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଦେଖିବାକୁ ମିଳିଥିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏନେଇ ଢେଙ୍କାନାଳ ବନଖଣ୍ଡ ପକ୍ଷରୁ ସବୁ ଅଂଚଳରେ ସତର୍କ ସୂଚନା ଦିଆଯାଇଛି । ନଦୀକୁ ଗାଧୋଇବାକୁ କିମ୍ବା ଶୌଚ ପାଇଁ ଯାଉଥିଲେ ସାବଧାନ ।

ସତର୍କତା ଅବଲମ୍ବନ କରି ବ୍ରାହ୍ମଣୀ ନଦୀକୁ ଯିବା ପାଇଁ ବନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ଯାହାକୁ ନେଇ ପରଜଙ୍ଗ, କାମାକ୍ଷାନଗର ,ଭୁବନ ଅଞ୍ଚଳରେ ଲୋକଙ୍କ ମନରେ ଛାନିଆ ଖେଳି ଯାଇଛି । ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶ କ୍ରମେ ମହାବିରୋଡ଼ ରେଞ୍ଜର ବ୍ରାହ୍ମଣୀ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବନବିଭାଗ ଲୋକଙ୍କୁ ସଚେତନ କରାଉଛି  ।