ରାଜନଗର : କୁମ୍ଭୀର ଗଣନା ପାଇଁ ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା। ଆସନ୍ତାକାଲିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ବନ୍ଦ ରହିବ । ଭିତରକନିକାର ନଦୀ,ନାଳ ମାନଙ୍କରେ ବଉଳା କୁମ୍ଭୀର ଗଣନା ଅନୁଷ୍ଠିତ ହେବ । ଆଜି କୁମ୍ଭୀର ଗଣନାକାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ସେମାନେ ଆସନ୍ତାକାଲି ଠାରୁ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହେବେ । କୁମ୍ଭୀର ଗଣନା ସମୟରେ ନଦୀରେ ବୋଟ ଚଳାଚଳ କଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ଯୋଗୁଁ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ । ଏହି ସମୟରେ ପର୍ଯ୍ୟଟକ ମାନଙ୍କୁ ଭିତରକନିକା ବୁଲି ନଯିବାକୁ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୧୯୭୬ ମସିହାରୁ ଭିତରକନିକାରେ କୁମ୍ଭୀର ଗଣନା କରାଯାଉଥିବା ବେଳେ ଚଳିତ ବର୍ଷ ୧୦ ଦିନ ପରିବର୍ତ୍ତେ ମାତ୍ର ୩ ଦିନ କୁମ୍ଭୀର ଗଣନା କରାଯିବ।

