ଖୋଜୁଥିଲେ ମାଛ, ଧରାପଡିଲା କୁମ୍ଭୀର
1 min read
ଯାଜପୁର: ଖରସ୍ରୋତା ନଦୀର ରାଜ ଘାଟ ନିକଟରୁ ଏକ ବିରଳ ପ୍ରଜାତିର କୁମ୍ଭୀର ଉଦ୍ଧାର ହୋଇଛି । କୁମ୍ଭୀରଟିର ଲମ୍ଭ ରହିଛି ୩ ଫୁଟ । ନଦୀରେ ମାଛ ଧରିବା ପାଇଁ ସ୍ଥାନୀୟ ଲୋକେ ବନ୍ସି ଖାଡି ପକାଇଥିଲେ ।
ତା’ ପରଦିନ ଯାଇ ଦେଖନ୍ତି ସେହି ବନ୍ସି ଖାଡିରେ ଏକ କୁମ୍ଭୀର ଲାଗିରହିଛି । ପରେ କୁମ୍ଭୀରଟିକୁ ଲୋକେ ଉଦ୍ଧାର କରି ସେହି ପାଖରେ ଥିବା ଏକ ନାଳରେ ଛାଡିଥିଲେ । କୁମ୍ଭୀରଟିକୁ ଦେଖିବା ପାଇଁ ବହୁତ ଲୋକଙ୍କ ଭିଡ ଜମିଥିଲା ।
ଗ୍ରାମବାସୀ ମାନେ ବନବିଭାଗକୁ ଖବର ଦେବା ପରେ ବନବିଭାଗ କର୍ମଚାରୀ ମାନେ ଆସି କୁମ୍ଭୀରଟିକୁ ଉଦ୍ଧାର କରିଥିଲେ । କିନ୍ତୁ ନଦୀରେ କୁମ୍ଭୀର ବାହାରୁଛି ଜାଣିବା ପରେ ଲୋକେ ଆତଙ୍କିତ । ')}