ନଦୀରେ ମାଛ ମାରୁଥିବା ବେଳେ ଯୁବକଙ୍କ ଉପରକୁ ଝାମ୍ପ ମାରିଲା କୁମ୍ଭୀର

Crocodile Attacked Youth In River Bhadrak

ଆରଡି: ନଦୀରେ ଆକ୍ରମଣ କଲା କୁମ୍ଭୀର । ପାଖରେ ଥିବା ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତିଲେ ଯୁବକ । ଭଦ୍ରକ ଜିଲ୍ଲା ପିରାହାଟ ଥାନା ଶ୍ୟାମସୁନ୍ଦରପୁର ଗାଁର ଛେଳିଆ ନଈରେ ଘଟିଛି ଏହି ଅଘଟଣ । କିଛି ଲୋକ ନଦୀରେ ମାଛ ମାରୁଥିବା ବେଳେ ହଠାତ କୁମ୍ଭୀର ଝାମ୍ପ ମାରିଥିଲା । କୁମ୍ଭୀର ପଞ୍ଝାରେ ପଡ଼ିଥିଲେ ଗଗନ ନାମକ ଯୁବକ ।

Crocodile Attacked Youth In River Bhadrak

ହେଲେ ପାଖରେ ଥିବା କିଛି ଲୋକ ପାଟି କରିବା ସହ ଗଗନକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ତିହିଡି ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ କୁମ୍ଭୀରକୁ ବାନ୍ଧି ଏକ ପୋଖରୀରେ ରଖି ବନଖଣ୍ଡ ବିଭାଗକୁ ଖବର ଦେଇଛନ୍ତି ଗ୍ରାମବାସୀ ।