spot_img

Latest Posts

ଏହି ଦେଶରେ ମାତ୍ର ୧୨ ଟଙ୍କାରେ ବିକ୍ରି ହେଉଛି ଘର

ନୂଆଦିଲ୍ଲୀ: ଘର କିଣିବା ଲୋକଙ୍କ ସ୍ୱପ୍ନ ହୋଇଥାଏ । ଘର କିଣିବାରେ ଲୋକଙ୍କର ଜୀବନ ସାରାର ସମସ୍ତ ରୋଜଗାର ଖର୍ଚ୍ଚ ହୋଇଯାଇଥାଏ । କିନ୍ତୁ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ଆଜିକାଲି ଲୋକମାନେ ସେମାନଙ୍କର ସୁନ୍ଦର ଘର ବିକ୍ରି କରୁଛନ୍ତି ।  ଆଶ୍ଚର୍ଯ୍ୟଜନକ କଥା ହେଉଛି ଲୋକମାନେ ନିଜ ଘରକୁ ମାତ୍ର ୧୬ ସେଣ୍ଟ (ପ୍ରାୟ ୧୨ ଟଙ୍କା) ରେ ବିକ୍ରି କରୁଛନ୍ତି।

ରିପୋର୍ଟ ଅନୁଯାୟୀ, କ୍ରୋଏସିଆର ଉତ୍ତର ଅଞ୍ଚଳର ଲେଗ୍ରାଡ ନାମକ ଏକ ସହରର ଲୋକମାନେ ୧୨ ଟଙ୍କା ମୂଲ୍ୟରେ ନିଜ ଘର ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ପରିବହନ ସୁବିଧା କମ ଥିବା କାରଣରୁ ଲୋକମାନେ ନିଜ ଘର ଛାଡି ଚାଲିଯାଉଛନ୍ତି । ଯାହାପରେ ପ୍ରଶାସନ ନିଜେ ଏହି ଘର ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛି ।

ଲେଗ୍ରାଡ୍ ମେୟର ଇଭାନ୍ ସାବୋଲିକ୍ ଏକ ବିବୃତ୍ତିରେ କହିଛନ୍ତି ଯେ, ନିକଟରେ ୧୯ଟି ଘରକୁ ଏକାସାଙ୍ଗରେ ଖାଲି କରାଯାଇଥିଲା । ଏହି ଘରଗୁଡ଼ିକର ମୂଲ୍ୟ ୧ କୁନା ଅର୍ଥାତ୍ ପ୍ରାୟ ୧୨ ଟଙ୍କା ସ୍ଥିର କରାଯାଇଛି । ସେଥିମଧ୍ୟରୁ ୧୭ଟି ଘର ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରି ହୋଇସାରିଛି । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ସହର ଏକ ସୀମାନ୍ତ ସହରରେ ପରିଣତ ହେବା ପରଠାରୁ ଏଠାରେ ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇଛି। ଲେଗ୍ରାଡ୍ ସହରର ସୀମା ହଙ୍ଗେରୀ ସହିତ ସଂଲଗ୍ନ ହୋଇଛି । ତେବେ ଏଠି ଘର କିଣୁଥିବା ଗ୍ରାହକମାନଙ୍କ ସହ ଏକ ଚୁକ୍ତିନାମା ମଧ୍ୟ କରାଯାଉଛି । ଚୁକ୍ତିନାମା ଅନୁସାରେ ଘରକୁ କ୍ରୟ କରିଥିବା ଗ୍ରାହକ ଏଠାରେ ଅତି କମରେ ୧୫ ବର୍ଷ ରହିବେ । ଏହାସହ ଯଦି ସେମାନଙ୍କର କିଛି ଅସୁବିଧା ହୁଏ ତେବେ ପ୍ରଶାସନ ତାଙ୍କୁ ସହାୟତା କରିବ ।

ତେବେ ସୂଚନା ଯୋଗ୍ୟ ଯେ, ଲେଗ୍ରାଡ୍ ସହର କ୍ରୋଏସିଆରେ ଏମିତି ଏକ ସହର ଥିଲା ଯେଉଁଠାରେ ଦେଶର ସର୍ବାଧିକ ଜନସଂଖ୍ୟା ବାସ କରୁଥିଲେ, କିନ୍ତୁ ପ୍ରାୟ ୧୦୦ ବର୍ଷ ପୂର୍ବେ ଅଷ୍ଟ୍ରୋ ଏବଂ ହଙ୍ଗେରୀୟନ ସାମ୍ରାଜ୍ୟ ଭାଙ୍ଗିବା ପରଠାରୁ ଏଠାରେ ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଆପଣଙ୍କୁ କହିରଖୁଛୁ ଯେ କିଛି ସମୟ ପୂର୍ବରୁ ଇଟାଲୀରୁ ଏକ ସମାନ ମାମଲା ସାମ୍ନାକୁ ଆସିଥିଲା ​​ଯେତେବେଳେ ଇଟାଲୀର ସିସିଲିରେ ଅବସ୍ଥିତ ଏକ ଛୋଟ ସହରରେ ଘରଗୁଡିକ ୮୬ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିଲା।

Latest Posts

Don't Miss