ପଦମପୁରରେ ହିଂସା ଆପଣାଉଛି ବିଜେପି, ପ୍ରଚାରରେ ଅପରାଧୀଙ୍କୁ କରୁଛି ସାମିଲ

ଭୁବନେଶର: ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ଗୁଣ୍ଡାଙ୍କୁ ପ୍ରଚାରରେ ବ୍ୟବହାର କରୁଛି ବିଜେପି । ଅପହରଣ ନାଟକ ରଚିଥିବା ଦିଲ୍ଲୀପ କୁମାର ସେନାପତି ଜଣେ ଅଭ୍ୟସଗତ ଅପରାଧୀ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ସୁନ୍ଦରଗଡ଼ରୁ ଦିଲ୍ଲୀପ କୁମାର ସେନାପତିଙ୍କ ଭଳି ଜଣେ ଅପରାଧୀଙ୍କୁ ବିଜେପି ଆଣି ପଦ୍ମପୁରରେ ବ୍ୟବହାର କରୁଛି । ୫ ଦିନ ହେଲାଣି ଛତିଶଗଡ଼ରୁ ଗୁଣ୍ଡା ଆଣି ଝାରବନ୍ଧରେ ଟଙ୍କା ବାଣ୍ଟୁଛି ବିଜେପି । ଗତକାଲି ଦୁଇ ଜଣ ବିଜେଡି କର୍ମୀଙ୍କୁ ଦିଲ୍ଲୀପ ଧମକ ଦେଇଥିଲେ । ଏବେ ସତ ସାମ୍ନାକୁ ଆସିବା ପରେ ବିଜେପି ଚୁପ୍ ହୋଇଯାଇଛି । ସୁନ୍ଦରଗଡ଼ରୁ ଆସିଥିବା ଅପରାଧୀଙ୍କୁ ତୁରନ୍ତ ତଡ଼ିପାର କରିବା ପାଇଁ ଦାବି କରିଛି ବିଜେଡି ।