ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ, ୬ ଦୁର୍ବୃତ୍ତ ଫେରାର ଜଣେ ଅଟକ
ବାଲେଶ୍ୱର: ବାଲେଶ୍ୱର ସୋରରେ ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ । ୪ ଜଣ ଗ୍ରାମବାସୀ ଗୁରୁତ୍ତର ହୋଇଥିବା ବେଳେ ଜଣେ ଡକାୟତକୁ କାବୁ କଲା ସୋର ପୋଲିସ । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ଥାନା ନଦିଗାଁ ପଞ୍ଚାୟତ ହରିଡାପଡା ଅଞ୍ଚଳର ସୁଦାମ ଚରଣ ବାଉଲି ରାତିରେ ନିଜ ଘରକୁ ଫେରିବା ବାଟରେ ୭ ଜଣ ଡକାୟତ ତାଙ୍କୁ ଅଟକାଇଥିଲେ । ସୁଦାମ ସଙ୍ଗେ ସଙ୍ଗେ ତାଙ୍କ ଘର ପାଖ ଲୋକଙ୍କୁ ଫୋନ କରି ଡାକି ଥିଲେ । ଡକାୟତ ମାନେ ସୁଦାମଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ସୌଭାଗ୍ୟବସତଃ ସ୍ଥାନୀୟ ଲୋକ ସୁଦାମଙ୍କ ଡ଼ାକ ଶୁଣି ପହଞ୍ଚିଯାଇଥିଲେ । ସେମାନଙ୍କୁ ବି ଚାଡ଼ିନଥିଲେ ଦୁର୍ବୃତ୍ତ । ତେଲେଙ୍ଗା କଟୁରୀ ଓ ବନ୍ଧୁକରେ ଆକ୍ରମଣ କରିଥିଲେ । ଗ୍ରାମବାସୀ ଓ ଡକାୟତଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଦେଖିବାକୁ ମିଲିଥିଲା । ଏଥିରେ ୪ଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଥିବା ବେଳେ ଖବର ପାଇ ସୋର ଥାନା ଏ.ଏସ.ଆଇ ପ୍ରଦୀପ ମହାନ୍ତି, ଏ.ଏସ.ଆଇ ପ୍ରତାପ କାର୍ଲୋ ଘଟଣାସ୍ଥଳରେ ପହଞ୍ଚି ଜଣେ ଦୁର୍ବୃତ୍ତକୁ କାବୁ କରିବାରେ ସଫଳ ହୋଇଥିଲେ ।
ଏହି ଆକ୍ରମଣରେ ସୁଦାମ ଚରଣ ବାଉଲି, ଅଜୟ କୁମାର ବେହେରା, ପ୍ରଦୀପ କୁମାର ମହାକୁଡ ଗୁରୁତ୍ତର ଆହତ ହୋଇ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସୋର ପୋଲିସ୍ କାବୁ କରିଥିବା ଦୁର୍ବୁର୍ତ୍ତ କେନ୍ଦ୍ରାପଡା ମାର୍ଶାଘାଇର ପ୍ରଦ୍ୟୁମ୍ନ ସେନାପତି ବୋଲି ଜଣାପଡିଛି ।