ଦୁର୍ବୃତ୍ତଙ୍କ ଆକ୍ରମଣପରେ ଯୁବକଙ୍କର ମୃତ୍ୟୁ, ମୃତ୍ୟୁ ପୂର୍ବରୁ ଦୁର୍ବୃତ୍ତର ଉଠାଇଲେ ଫଟୋ

ଭବାନୀପାଟଣା: ମୋବାଇଲ କ୍ୟାମେରାରେ କଏଦ ହେଲା ଜୁନାଗଡ଼ ଲାଇଭ ଲୁଟର ଚିତ୍ର । ଆକ୍ରମଣ ଏବଂ ଲୁଟ ବେଳର ଫଟୋ ଉଠାଇଥିଲେ ଆକ୍ରମଣରେ ମୃତ୍ୟୁ ହୋଇଥିବା ଯୁବକ ବଳଭଦ୍ର ନାୟକ । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏହି ଏକ୍ସକ୍ଲୁସିଭ ଫଟୋ ।

କଳାହାଣ୍ଡି ଜିଲ୍ଲାରେ ଘଟିଛି ଏଭଳି ନୃଶଂସ ଘଟଣା । ଜୁନାଗଡ ବୋରଗୁଡା ଜଙ୍ଗଲ ରାସ୍ତାରେ ହୋଇଥିଲା ଏହି ଲୁଟ । ଲୁଟେରାଙ୍କ ଆକ୍ରମଣରେ ବଳଭଦ୍ର ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା କ୍ଷୀତି ନାୟକ ଗୁରୁତର  ହୋଇଛନ୍ତି । ଭବାନୀପାଟଣା ମେଡିକାଲାରେ ତାଙ୍କ ଚିକିତ୍ସା ଚାଲିଛି ।

ଘଟଣା ଅନୁଯାଇ ବରଗୁଡା ଗାଁର କ୍ଷିତ ନାୟକ ଏବଂ ତାଙ୍କ ପୁଅ ବଳଭଦ୍ର ନାୟକ କପା ବିକ୍ରୀର ୬ ଲକ୍ଷ ଟଙ୍କା କାଢିବା ପାଇଁ  ଭବାନୀପାଟଣା  ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ଯାଇଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରିବା ବେଳେ ତାଙ୍କୁ ୩ ଦୁର୍ବୃତ୍ତ ପିଛା କରିଥିଲେ । ବୋରଗୁଡା ନିକଟ ଜଙ୍ଗଲ ରାସ୍ତାର ଅନ୍ଧାରର ସୁଯ଼ୋଗ ନେଇ ଦୁର୍ବୃତ୍ତ ମାନେ ବନ୍ଧୁକ ଏବଂ ଧାରୁଆ ଅସ୍ତ୍ରରେ ଉଭୟ ବାପା ପୁଅଙ୍କ ଉପରେ ଅକ୍ରମଣ କରିଥିଲେ ।

ଏବଂ ଦୁହିଁଙ୍କ ୬ ଲକ୍ଷ ଲୁଟ କରି ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ଜୁନାଗଡ଼ ମେଡିକାଲରେ ଭର୍ତ୍ତି କରାଇଥିଲେ । ହେଲେ ଅବସ୍ଥା ଗରୁତର ହେବାରୁ କ୍ଷିତ ଏବଂ ବଳଭଦ୍ରଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବଳଭଦ୍ରର ମୃତ୍ୟୁ ହୋଇଥିଲା । ସେପଟେ ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣା ସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ  ।

Leave a Reply