ହାତୀଦାନ୍ତ ଡିଲ ବେଳେ ମାଡିବସିଲା କ୍ରାଇମବ୍ରାଞ୍ଚ, ଜିଲ୍ଲା ବାହାରକୁ ଲମ୍ବିଛି ଲିଙ୍କ୍

ବାଲେଶ୍ୱର: ହାତୀଦାନ୍ତ ଚୋରା ଚାଲାଣରେ କେନ୍ଦୁଝର, ଭୁବନେଶ୍ୱର ଓ ଭଦ୍ରକର ଲିଙ୍କ । ହାତୀଦାନ୍ତ ମାଢି ବିକ୍ରି ପାଇଁ ଡିଲ ବେଳେ ମାଡି ବସିଲା କ୍ରାଇମ ବ୍ରାଞ୍ଚ  । ରାତି ଅଧରେ ରେଡ୍ କରି ୫ ଜଣଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ  ।  ଖଇରା, ଭଦ୍ରକ ପୋଲିସ ଓ ଔପଦା ବନ ବିଭାଗର ମିଳିତ ଉଦ୍ୟମରେ କ୍ରାଇମ ବ୍ରାଞ୍ଚ ରେଡ କରିଥିଲା । ସେପଟେ ଏଭଳି ହାଇପ୍ରୋଫାଇଲ ଗ୍ୟାଙ୍ଗରେ ସାମିଲ ଥିବା  ସମସ୍ତ ଅଭିଯୁକ୍ତ ଭଦ୍ରକ, ଔପଦାର ବୋଲି ଜଣା ପଡିଛି  ।

ଔପଦା ବ୍ଲକ ମହୁଲଗଡ଼ିଆରୁ ବନମାଳୀ ସେଠି, ସୁଦର୍ଶନ ମହାରଣା, ଅଜୟ ମୁଦୁଲି, ଖଇରା ଜେମାଦେଇପୁରର ବାବୁରାମ ପୃଷ୍ଟି, ଭଦ୍ରକ କାଦବରାଙ୍ଗର ନଟବର ଦାସଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ଏକ କିଲୋ ତିନି ଶହ ଗ୍ରାମ ଓଜନର ହାତୀ ଦାନ୍ତ ଓ ଦୁଇଟି ଛଅ କିଲୋରୁ ଅଧିକ ମାଢି ଜବତ କରିଛି ବନ ବିଭାଗ  । ଯାହାର ଆନୁମାନିକ ମୂଲ୍ୟ ବଜ଼ାରରେ 2 ଲକ୍ଷ ଟଙ୍କା ହେବ ବୋଲି ଜଙ୍ଗଲ ବିଭାଗ ଆକଳନ କରିଛି । ସେପଟେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି କ୍ରାଇମ ବ୍ରାଞ୍ଚ ଡିଏସପି  ।

Leave a Reply