ଥାନାରେ ଆଇଆଇସିଙ୍କ ବେକକୁ ବ୍ଲେଡରେ କାଟି ହତ୍ୟା ଉଦ୍ୟମ

ମୟୂରଭଞ୍ଜ: ଥାନାରେ ଅଭିଯୁକ୍ତର ଉନ୍ମତକାଣ୍ଡ । ମହିଳା ଆଇଆଇସିଙ୍କ ବେକକୁ ବ୍ଲେଡରେ କାଟି ହତ୍ୟା ଉଦ୍ୟମ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଘଟିଛି ଅଭାବନୀୟ ଘଟଣା । ଶିବ ମନ୍ଦିରରୁ ଚୋରି ମାମଲାରେ ପୂଜକ ସୁଶାନ୍ତ ଦେଓକୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ଏହି ସମୟରେ ସୁଶାନ୍ତ ଏକ ବ୍ଲେଡ ସାହାଯ୍ୟରେ ଆଇଆଇସି ମିନି ଭୋଇଙ୍କୁ ଆକ୍ରମଣ କରିଥିଲା । ବ୍ଲେଡରେ ଆକ୍ରମଣରେ ଆହତ ମିନି ଭୋଇଙ୍କ ବେକ ଏବଂ ହାତରେ ଆଘାତ ଲାଗିଛି । ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି । ମାମଲା ରୁଜୁ ହୋଇଛି ତଦନ୍ତ ଜାରି ରଖିଛି ପୋଲିସ ।