ପୂଜାରେ କ୍ରାଇମ୍ ରୋକିବାକୁ ପୋଲିସର ମାଷ୍ଟର ପ୍ଳାନ୍

1 min read

ଭୁବନେଶ୍ବର: ଆସୁଛି ପୂଜା । ଚଳଚଞ୍ଚଳ ରାଜଧାନୀ । ଏବେଠୁ ରାଜଧାନୀରେ ଡେରା ପକାଇଲେଣି ରାଜ୍ୟ ବାହାର ଛିନତାଇ ଗ୍ୟାଙ୍ଗ । ପୂଜା ପେଣ୍ଡାଲ ନିକଟରେ ଦର୍ଶନ ବାହାନାରେ କରିବେ ହାତ ସଫେଇ । ଗ୍ୟାଙ୍ଗ ମହିଳାଙ୍କୁ ଢାଲ କରି କରିବ ଅପରେସନ। ପୂଜା ପେଣ୍ଡାଲ ଭିତରେ ହେଉକି ବାହାରେ ମୋବାଇଲ, ସୁନା ଚେନ ଓ ଭ୍ୟାନିଟ ଛଡାଇବେ । ପୂର୍ବ ବର୍ଷ ପରି ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ନଜର ରଖିବା ପାଇଁ ଗୁଇନ୍ଦା ନେଟୱର୍କକୁ କଡାକଡି କରିବା ସହିତ ସମସ୍ତ ଥାନାକୁ ଆଲର୍ଟ କରିଛନ୍ତି ଡିସିପି ।

ପୂଜାରେ କ୍ରାଇମ ରୋକିବାକୁ ପୋଲିସର ମାଷ୍ଟର ପ୍ଳାନ । ପାର୍ବାଣ ହେବ କ୍ରାଇମ ଫି । ରାଜଧାନୀରେ ଡେରା ପକାଇଲେଣି ଆନ୍ତଃରାଜ୍ୟ ଗ୍ୟାଙ୍ଗ । ପୂଜାରେ ମଉଜ କରିବେ ସହରିଆ । ଏହି ସମୟରେ ମୌକା ଦେଖି ମାତିବେ ଲୁଟେରା । ଲୁଟେରାଙ୍କୁ କାଉଣ୍ଟର କରିବାକୁ ଡିସିପିଙ୍କ ଷ୍ଟ୍ରାଟେଜି । ସମସ୍ତ ଥାନାକୁ କରାଯାଇଛି ଆଲର୍ଟ । ଗ୍ୟାଙ୍ଗ ସ୍କାନରରେ ଗହଳି ସ୍ଥାନ । ପୂଜା ପେଣ୍ଡାଲରେ ମହିଳାଙ୍କୁ ଝାଲ କରି ଲୁଟିବେ ପୁରଷ । ମୋବାଇଲ, ସୁନା ଚେନ ଝାମ୍ପିବା ସହ ହେବ ପକେଟ ମାର । ଆଉ କେଉଁଠି ବନ୍ଦ ଥିବା ଘରୁ ଲୁଟିବେ ଅଭିଯୁକ୍ତ ।

ଗ୍ୟାଙ୍ଗ ବାବଦରେ ପୋଲିସ ଅବଗତ ଥିବା ବେଳେ ନଜର ରଖିବା ପାଇଁ ପେଣ୍ଡାଲରେ ଅଣ୍ଡର କଭର ଅଫିସର ସାଧା ପୋଷାକରେ ଜଗିବେ । ପୋଲିସର ଆଖି କାନ କୁହାଯାଉଥିବା ସ୍ପେଶାଲ ସ୍କାଡ, ଟିମ-60 ଓ ପିଓପିଡି ଟିମ ଏବେ ଆକ୍ଟିଭ ମୋଡରେ ରହିଛନ୍ତି ।  ଲୋକଙ୍କୁ ଭେଟି ପୋଲିସ ତାର ଉପସ୍ଥିତ ଜାହିର କରୁଛି । ଗତ ବର୍ଷ ବିଭିନ୍ନ ପୂଜା ପେଣ୍ଡାଲରେ ଏମିତି କିଛି ଘଟଣା ଘଟିଥିଲା । ସେହି ଗ୍ୟାଙ୍ଗ ମାନଙ୍କୁ କମିଟି ସହାୟତାରେ ପୋଲିସ ଧରିଥିଲା । ସେହି ଫଣ୍ଡାକୁ ନେଇ ପୋଲିସ ରଣନିତୀ କରିଛି ବୋଲି ଡିସିପି କହିଛନ୍ତି ।

ସେପଟେ ଜେଲ ପରେଡକୁ ଜୋରଦାର କରାଯାଉଛି । କେଉଁ ସବୁ ଅପରାଧୀ ଜେଲରେ ଅଛନ୍ତି, କିଏ ଜାମିନରେ ଯାଇଛି । ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଛି ପୋଲିସ । ଷ୍ଟ୍ରିଟ କ୍ରାଇମକୁ ନେଇ ହେଲ୍ପ ଲାଇନ ନମ୍ବର 7077798111ଜାରି ହୋଇଛି । ସଂପୃକ୍ତ ନମ୍ବରରେ ଅପରାଧିକ କାର୍ଯ୍ୟକଳାପ ନେଇ ପୋଲିସ ପାଖକୁ ଖବର ଆସୁଛି ।

ଯାହାକୁ ନେଇ ପୋଲିସ ଅପରାଧୀଙ୍କୁ ଧରିବାରେ ସକ୍ଷମ ହେଉଛି । ଚଳିତ ବର୍ଷ ୯ ମାସରେ ଅପରଧିକ ମାମଲାରେ ୧୪୨୦ ଜଣଙ୍କୁ ଗିରଫ କରାଯାଇଛି । ୧୫୯ ଜଣଙ୍କୁ ୧୧୦ରେ ବୁକ କରାଯାଇଥିବା ବେଳେ ୬୦୩ ଜଣଙ୍କୁ ଦେଲ ରିମାଣ୍ଡରେ ଆଣାଯାଇଛି । ଛିନତାଇ ଓ ଲୁଟ ମାମଲାରେ ୧ କେଜି ୬୦୭ ଗ୍ରାମ ସୁନା, ୯୫୭ ଗ୍ରାମ ରୁପା ଓ ନଗଦ ୭୬ ଲକ୍ଷ ୬୧ ହଜାର ଟଙ୍କା ଜବତ ହୋଇଛି ।