ମାଓ ଦମନ, ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଓଡ଼ିଶା ପୋଲିସ ସକ୍ଷମ

1 min read

ଭୁବନେଶ୍ୱର: ଉଦଘାଟିତ ହୋଇଛି ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ । ପୋଲିସ ଡିଜି ଅଭୟ ସମ୍ମିଳନୀର ଉଦଘାଟନ କରିଥିବା ବେଳେ ଭର୍ଚୁଆଲରେ ସାମିଲ ହୋଇଛନ୍ତି ସବୁ ଜିଲ୍ଲାର ଏସ୍‌ପି, ସଶସ୍ତ୍ର ବାଟାଲିଅନ କମାଣ୍ଡାଣ୍ଟ, ରେଞ୍ଜ୍‌ ଆଇଜି, ଡିଆଇଜି ଓ ପ୍ରଶିକ୍ଷଣ ନେଇଥିବା ଆଇପିଏସ ଅଧିକାରୀ, ହୋମଗାର୍ଡ, ଭିଜିଲାନ୍ସ, ଜେଲ୍ ବିଭାଗର ଅଧିକାରୀ । ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସର ସଫଳତାକୁ ଡିଜିପି ପ୍ରଶଂସା କରିଛନ୍ତି ।

Crime Controlled In Odisha This Year DGP Abhay

ଓଡ଼ିଶାରେ ଚଳିତ ବର୍ଷ ଅପରାଧ କମିଛି, ବିଗିଡ଼ିନି ଆଇନଶୃଙ୍ଖଳା ବ୍ୟବସ୍ଥା । ମାଓ ଦମନ, ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ସକ୍ଷମ ହୋଇଛି ପୋଲିସ । ଅଧିକ ପୋଲିସ ପଦବୀ ସୃଷ୍ଟି ସହ ଅଧିକ ଥାନା ମଧ୍ୟ ହୋଇଛି । ଏହା ପୋଲିସ ବିଭାଗକୁ ଅଧିକ କାର୍ଯ୍ୟକ୍ଷମ କରିଛି । ଓଡ଼ିଶା ପୋଲିସ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ । ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । 5T ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପୋଲିସ ଡିଜି । ଓଡ଼ିଶାରେ ଅପରାଧ ହାର୍ କମିଥିବା କହିଛନ୍ତି ଡିଜିପି ।

Crime Controlled In Odisha This Year DGP Abhay

ସେବା ଦ୍ୱାରା ଓଡ଼ିଶା ପୋଲିସ ନୂଆ ଭାବମୂର୍ତ୍ତି ସୃଷ୍ଟି କରିଛି । ଓଡ଼ିଶା ପୋଲିସ ଭଲ କରୋନା ମୁକାବିଲା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି । ୪୭ ପୋଲିସ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହୋଇଛି । ୯ଶହରୁ ଅଧିକ ପୋଲିସ ପ୍ଲାଜମା ଦାନ କରିଛନ୍ତି । ୨୨ ମାଓବାଦୀ ଗିରଫ ହୋଇଥିବା ବେଳେ ୨୧ ଜଣ ଆତ୍ମସମର୍ପଣ କରିଛନ୍ତି । ଏ ବର୍ଷ ୧୭ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଚଳିତ ବର୍ଷ ରେକର୍ଡ ପରିମାଣର ଗଞ୍ଜେଇ ବ୍ରାଉନସୁଗର ଜବତ ହୋଇଥିବା ସୂଚନା ଦେଇଛନ୍ତି ଡିଜିପି ।

Crime Controlled In Odisha This Year DGP Abhay

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ମିଳନୀରେ ଡିଫେନ୍ସ ଷ୍ଟାଫ ମୁଖ୍ୟ ବିପିନ ରାୱତ ଯୋଗଦେଇ ଗୁରୁମନ୍ତ୍ର ଦେବା କାର୍ଯ୍ୟକ୍ରମ ରହିଛି ।

Leave a Reply