ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ କେମିତି ହାତଉଥିଲେ ବିଦେଶୀ ଏଜେଣ୍ଟ, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

1 min read
Crime Branch Will Probe Chandipur Espionage Case

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା ଘାଟିରୁ ଗୁପ୍ତତଥ୍ୟ ଲିକ୍ ଘଟଣା । ଘଟଣାର ତଦନ୍ତଭାର ନେଇଛି କ୍ରାଇମବ୍ରାଞ୍ଚ । ଡିଆରଡିଓର ଠିକା କର୍ମଚାରୀ କିଭଳି ବିଦେଶୀ ଏଜେଣ୍ଟକୁ ତଥ୍ୟ ଦେଉଥିଲ ତାର ତଦନ୍ତ କ୍ରାଇମବ୍ରାଞ୍ଚ କରିବା ନେଇ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ୱରେ ୪ ଜଣିଆ ତଦନ୍ତକାରୀ ଦଳ ବାଲେଶ୍ୱର ଅଭିମୁଖେ ଯାଉଛି ।

ମାମଲାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ବାଲେଶ୍ୱର ଏସଜେଡିଏମ୍ କୋର୍ଟ ୪ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଟକ ଥିବା ଦୁଇ ଜଣ ହେଉଛନ୍ତି ପ୍ରକାଶ ବେହେରା ଓ ସଚିନ କୁମାର । ପ୍ରକାଶ ବେହେରା ଠିକା କର୍ମଚାରୀ ଭାବେ କାମ କରୁଥିବାବେଳେ ଷ୍ଟାଫ୍ ଡ୍ରାଇଭର ଥିଲେ ସଚିନ୍ କୁମାର । ଉଭୟଙ୍କ ବିରୋଧରେ ପ୍ରମାଣ ମିଳିଲେ ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।

Balasore Police Arrested 4 Contractual Employee Of DRDO Chandipur

ବିଦେଶୀ ଏଜେଣ୍ଟଙ୍କୁ ଗୋପନ ତଥ୍ୟ ଯୋଗାଇବା ଅଭିଯୋଗରେ ୪ ଠିକା କର୍ମଚାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନାଁରେ ଦେଶଦ୍ରୋହ ସହ ଅନେକ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି । ୩ ମାସ ଧରି ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ହନିଟ୍ରାପ୍‌ ଦ୍ୱାରା ଗୁପ୍ତ ତଥ୍ୟ ହାତଉଥିଲେ ପାକିସ୍ତାନ ଏଜେଣ୍ଟ । ପାକିସ୍ତାନ ଏଜେଣ୍ଟଙ୍କୁ ମିଲିଟାରୀ ବ୍ଲୁପ୍ରିଣ୍ଟ ପଠାଉଥିଲେ ଅସ୍ଥାୟୀ କର୍ମଚାରୀ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଲିକ୍‌ ହେଉଥିଲା ଗୁପ୍ତ ତଥ୍ୟ ।

ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍‌ ସୁରାକ୍ ପାଇବା ପରେ ଧରିବାକୁ ଆରମ୍ଭ ହୋଇଥିଲା ସିକ୍ରେଟ୍‌ ପ୍ଲାନ୍ । ୪ ଅଭିଯୁକ୍ତ ବସନ୍ତ ବେହେରା, ସେକ୍‌ ମୁସାଫିର, ତାପସ ବେହେରା ଓ ହେମନ୍ତ ମିସ୍ତ୍ରୀକୁ କୋର୍ଟ ଚାଲାଣ କରାଯାଇଛି । ଆଇଟିଆର ୩ନଂ ଲଞ୍ଚପ୍ୟାଡ୍‌ରେ ଏମାନେ ଠିକା କର୍ମଚାରୀଭାବେ ନିୟୋଜିତ ହୋଇଥିଲେ । ଟଙ୍କା ଲୋଭ ଦେଖାଇ ଏମାନଙ୍କଠାରୁ କ୍ଷେପଣାସ୍ତ୍ର ସମ୍ପର୍କିତ ତଥ୍ୟ ହାତଉଥିଲେ ବିଦେଶୀ ଏଜେଣ୍ଟ ।

Leave a Reply