ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ
1 min readରାଉରକେଲା: ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ମାମଲା କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମ ଓ ପରେ ଗର୍ଭପାତ କରାଯାଇଥିବା ନେଇ ହୋଇଥିଲା ମାମଲା । କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ହେବା ପରେ କ୍ରାଇମବ୍ରାଞ୍ଚର ଜଣେ ଡିଏସପି ଙ୍କ ନେତୃତ୍ୱରେ ମଙ୍ଗଳବାର ଠାରୁ ତଦନ୍ତ ଆରମ୍ଭ ।
ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଥିବା ତଥା ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ବୀରମିତ୍ରପୁର ଥାନା ଆଇଆଇସିଙ୍କୁ ଗତ ୨୬ ତାରିଖରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବୀରମିତ୍ରପୁର ଥାନାର ବଡ଼ବାବୁଙ୍କ ସହ ଅନ୍ୟ ଜଣେ ପୋଲିସ, ସାଵତ ଵାପା ଓ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିବା ରାଏବୋଗା ଥାନାରେ ଗତ ୨୩ତାରିଖରେ ଅଭିଯୋଗ ହୋଇଥିଲା। ତେବେ ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି ।
ଦୁଷ୍କର୍ମ ପରେ ନାଵାଳିକା ଗର୍ଭବତୀ ହୋଇଥିବା CWC ନିକଟରେ ନାଵାଳିକା ଅଭିଯୋଗ କରିଥିଲେ । ବୀରମିତ୍ରପୁର ଥାନାରେ ମାମଲା ରୁଜୁ କରାନଯାଇ ଗତ ୧୫ ତାରିଖ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାବାଳିକାଙ୍କ ଗର୍ଭପାତ କରାଯାଇଥିବା ଅଭିଯୋଗ ହୋଇଥିଲା।