ଗୋପାଳପୁର ଗଣଦୁଷ୍କର୍ମ ମାମଲା ; ଆଜି ହୋଇପାରେ ସିନ୍ ରିକ୍ରିଏସନ !

ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲା । ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଗୋପାଳପୁର ଗଣଦୁଷ୍କର୍ମର ଆଜି କ୍ରାଇମ୍ ସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ । ଗତ ଶୁକ୍ରବାର ୬ ଅଭିଯୁକ୍ତଙ୍କ ବ୍ରହ୍ମପୁର ଜେଲରେ ହୋଇଥିଲା ଟିଆଇ ପ୍ୟାରେଡ। ଟିଆଇ ପ୍ୟାରେଡ ହେବାର କିଛି ଦିନ ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ ହୋଇଥାଏ । ତେଣୁ ୬ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ଗତ ଶୁକ୍ରବାର ହୋଇଥିବା ଟିଆଇ ପରେଡରେ ଅଭିଯୁକ୍ତଙ୍କୁ ଚିହ୍ନିଥଲେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁ ।
ଗତ ରବିବାର ରଜ ସଂକ୍ରାନ୍ତି ସଂଧ୍ୟାରେ ପୀଡ଼ିତା ତାଙ୍କ ସାଙ୍ଗଙ୍କ ସହିତ ଗୋପାଳପୁର ବେଳାଭୂମିରେ ବୁଲୁଥିବା ବେଳେ ଗଣଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଆଗରୁ ଡିଏନଏ ଟେଷ୍ଟ ପାଇଁ ଅଭିଯୁକ୍ତଙ୍କ ସାମ୍ପୁଲ ବି ସଂଗ୍ରହ କରାଯାଇଥିଲା। ନମୁନାକୁ ଭୁବନେଶ୍ବର ରାଜ୍ୟ ଫରେନ୍ସିକ ଲ୍ୟାବକୁ ପଠାଯିବା ସହ ଆରଏଫଏସ୍ଏଲକୁ ମଧ୍ୟ ପଠାଯାଇଛି ।
ଗତ ୧୫ ତାରିଖରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଗୋପାଳପୁର ବେଳାଭୂମିରେ କ’ଣ ଘଟିଥିଲା ଛାନ୍ଭିନ୍ କରୁଛି କ୍ରାଇମ୍ବ୍ରାଞ୍ଚ ଟିମ୍ । ଗଣଦୁଷ୍କର୍ମ ମାମଲାରେ ସମସ୍ତ ସାକ୍ଷ୍ୟପ୍ରମାଣ ଯୋଗାଡ଼ କରୁଛି ଟିମ୍ । ଅଭିଯୁକ୍ତମାନେ କେତେବେଳେ ବେଳାଭୂମିରେ ପହଞ୍ଚିଥିଲେ ଓ ସେମାନଙ୍କୁ କେଉଁମାନେ ଦେଖିଥିଲେ ଏପିରିକି ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁଙ୍କୁ ବେଳାଭୂମିରେ କେଉଁମାନେ ଦେଖିଥିଲେ ସବୁ ତଦନ୍ତ ଚାଲିଛି । ଅଭିଯୁକ୍ତମାନଙ୍କର ଗିତିବିଧିକୁ ଜାଣିବା ପାଇଁ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି । ଅଭିଯୁକ୍ତମାନେ ଘଟଣା ପରେ କିଭଳି ପୁଣି ଗାଁକୁ ଫେରିଥିଲେ ଏବଂ ଅପରାଧ ଘଟାଇବା ପରେ ସେମାନେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ସବୁ ଦିଗରୁ ତଦନ୍ତ ଜାରି ରଖିଛି କ୍ରାଇମ୍ବ୍ରାଞ୍ଚ ।