କେମିତି ହେଲା ପରୀର ମୃତ୍ୟୁ ? ୩୪ ଜଣଙ୍କୁ ଜେରା ପରେ ବି ହଟିନି ରହସ୍ୟ, ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ

Crime Branch To Investigate Pari Death Case

ଭୁବନେଶ୍ୱର: ପରୀ ମୃତ୍ୟୁର ରହସ୍ୟ ଖୋଜିବ କ୍ରାଇମବ୍ରାଞ୍ଚ । ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ । ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ନେଇ ବିଧାନସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ଥିବା ବେଳେ ମାମଲାରେ ବର୍ତ୍ତମାନ ସୁଦ୍ଧା ୩୪ ଜଣଙ୍କୁ ଜେରା ସରିଛି  ।

Crime Branch To Investigate Pari Death Case

ଗତକାଲି ଗୃହରେ ଉଠିଥିଲା ପରୀ ମୃତ୍ୟୁ ପ୍ରସଙ୍ଗ । ଆଜି ଉତ୍ତର ଦେବାକୁ ବାଚସ୍ପତି ରୁଲିଂ ଦେଇଥିଲେ । ଗତକାଲି ପୂର୍ବାହ୍ନରେ ବିଧାନସଭା ଆଗରେ ପରୀଙ୍କ ବାପା ମାଆ ଆତ୍ମାହୁତି ଉଦ୍ୟମ କରିଥିଲେ । ପୋଲିସ କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ପ୍ରକାଶ କରି ଆତ୍ମାହୁତି ଉଦ୍ୟମ କଲାବେଳେ ପୋଲିସ ଓ ସୁରକ୍ଷାକର୍ମୀ ସେମାନଙ୍କୁ କାବୁ କରିଥିଲେ ।

Crime Branch To Investigate Pari Death Case

ଗତ ଅଗଷ୍ଟ ୨୩ରେ ଘର ପଛ ପଟୁ ପରୀଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ତଦନ୍ତ କରିଥିଲେ । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହି ମାମଲାକୁ ବିଧିବଦ୍ଧ ଭାବେ ତଦନ୍ତ କରି ଆଇନ୍ ଅନୁସାରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବ ବୋଲି ଗୃହରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ।

Leave a Reply