ଏସିଏଫ୍ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

1 min read

ଭୁବନେଶ୍ୱର: ACF ସୌମ୍ୟରଂଜନ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ତଦନ୍ତ ଭାର । ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତ ଦାୟିତ୍ୱ ନେଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ୩ଜଣିଆ ଟିମ୍ ଗଠନ ହୋଇଛି । ଏନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି । ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାକୁ ଗତ ୧୨ ତାରିଖକୁ ପୁରିଛି ମାସେ । ଏଯାଏଁ ସରିନି ତଦନ୍ତ। ଘଟଣାରୁ ହଟିପାରିନି ପରଦା। ସ୍ପଷ୍ଟ ହୋଇ ପାରିନାହିଁ ମୃତ୍ୟୁର କାରଣ। ଏବେ କ୍ରାଇମବ୍ରାଞ୍ଚ ଖୋଲିବ ସୌମ୍ୟ ମୃତ୍ୟୁ ରହସ୍ୟ ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା । ଏହା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା । ତେଣୁ ଏହାର ତଦନ୍ତ CBIକୁ ଦେବା ପାଇଁ ହାଇକୋର୍ଟରେ ଦାବି ହୋଇଥିଲା । CBI ନଚେତ୍ ହାଇକୋର୍ଟଙ୍କ ତତ୍ୱାବଧାନରେ ସ୍ୱାଧୀନ କମିଟି ଦ୍ୱାରା ତଦନ୍ତ କରାଇବା ପାଇଁ ଦାବି ହୋଇଛି । ହାଇକୋର୍ଟରେ ଦାଖଲ ରିଟ୍ ପିଟିସନରେ ୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ଗୃହ ସଚିବ, ଡିଜିପି , ଗଜପତି ଏସ୍‌ପି ଓ ପାରଳାଖେମୁଣ୍ଡି ଆଇଆଇସିଙ୍କୁ ଏଥିରେ ପକ୍ଷଭୁକ୍ତ କରା ଯାଇଛି । ଡିଏଫଓ, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି । DFOଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସଂପର୍କ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି: ହାଇକୋର୍ଟରେ ପିଟିସନ୍ ଦାଖଲ

Leave a Reply