ଭଦ୍ରକରେ କ୍ରାଇମବ୍ରାଞ୍ଚର ଖୋଳତାଡ଼, ଶର୍ମିଷ୍ଠାଙ୍କୁ ଖୋଜିବାକୁ କୋଲକାତା ଗଲା ଆଉ ଏକ ଟିମ୍

Crime Branch Team In Bhadrak To Investigate Manas Swain Murder Case

ଭଦ୍ରକ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ଼ । ଗତକାଲି ତଦନ୍ତଭାର ଗ୍ରହଣ କରିବା ପରେ କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍ ଭଦ୍ରକ ଏସପି କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଟିମରେ ଡିଏସପି କଳ୍ପନା ସାହୁ, ଇନ୍ସପେକ୍ଟର ବିଶ୍ୱପ୍ରକାଶ ରାଉତ, ସବଇନ୍ସପେକ୍ଟର ଅବଧୂତ ବାରିକଙ୍କ ସହ ଏଏସଆଇ ତନୁଶ୍ରୀ ନାୟକ, ଆଶୁତୋଷ ପ୍ରଧାନ ରହିଛନ୍ତି । ମାନସ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାକୁ ଗତକାଲି ଡିଜିପି କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ ।

Crime Branch Team In Bhadrak To Investigate Manas Swain Murder Case

ପୂରା ଘଟଣାର ଖୁଲାସା ପାଇଁ ୨ଟି ଟିମ୍ ଗଠନ ହୋଇଛି । ଗୋଟିଏ ଟିମ୍ ମୁଖ୍ୟ ଖଳନାୟିକା ଶର୍ମିଷ୍ଠା ରାଉତ ଓ ତାର ସହଯୋଗୀ ଝୁନା ଭୋଇକୁ ଖୋଜିବ । ସେହିପରି ଅନ୍ୟଟିମ ଘଟଣାର ଲିଙ୍କ୍ ଖୋଜିବ । ଚାନ୍ଦବାଲି ପୋଲିସ୍ ଠାରୁ ପୂରା ରିପୋର୍ଟ ନେଇ ତଦନ୍ତକୁ ଆଗକୁ ବଢାଇଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ଓ ଝୁନା ଉଭୟଙ୍କୁ ଖୋଜି ବାହାର କରିବାକୁ ମିଶନ୍ ପ୍ରସ୍ତୁତ ହୋଇଛି । କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁ ଟିମର ନେତୃତ୍ୱ ନେଉଥିବା ବେଳେ ଟିମରେ ଅଛନ୍ତି ବଛାବଛା ୯ ଅଫିସର ।

Crime Branch Team In Bhadrak To Investigate Manas Swain Murder Case

ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଚର୍ଚ୍ଚା ହେଉଛି ଶର୍ମିଷ୍ଠା ଏବେ ପଶ୍ଚିମବଙ୍ଗରେ ଲୁଚିଛନ୍ତି । ତେଣୁ କୋଲକତାମୁହାଁ ହୋଇଛି କ୍ରାଇମବ୍ରାଞ୍ଚ ଟିମ୍ । ସେପଟେ ଶର୍ମିଷ୍ଠାର ଭାଇ ପରମେଶ୍ୱରକୁ କୋର୍ଟ ଚାଲାଣ ପରେ ଜେଲ ପଠା ଯାଇଛି । ଭାଇଠୁ ଭଉଣୀ ସମ୍ପର୍କରେ ତଥ୍ୟ ଆଦାୟ କରିବାକୁ ଉଦ୍ୟମ କରୁଛି ତଦନ୍ତକାରୀ ଟିମ୍ । ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପରଚାଉଚରା କରିପାରେ କ୍ରାଇମବ୍ରାଞ୍ଚ ।