ଆକାଶ ପାଠକଙ୍କୁ ଘନଘନ ଜେରା ପରେ ସାମ୍ନାକୁ ଆସିଛି କିଛି ଏମିତି ସତ୍ୟ, ଯାହା ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ

1 min read

ଭୁବନେଶ୍ୱର: ୫ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ଗୋଟିଏ ରାତିର ମାରାଥନ ଜେରା ପରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ କରି ସାମ୍ନାକୁ ଆଣିଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଟାଟା ମୋଟର୍ସ ଜାମସେଦପୁରର ଡେପୁଟି ଜେନେରାଲ ମ୍ୟାନେଜର ତ୍ରିଲୋଚନ ମହାନ୍ତିଙ୍କ ରିପୋର୍ଟ ଆଧାରରେ ଗତ ସେପ୍ଟେମ୍ବର ୨୩ ତାରିଖରେ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଆକାଶ ପାଠକ ବିରୋଧରେ ମାମଲା ରୁଜୁ ହୋଇଥିଲା । ଟାଟାରେ ନିଯୁକ୍ତି ନେଇ ମୋଟ ୬ଟି ଏତଲା ହୋଇଥିବାବେଳେ ଆକାଶ ନିଜକୁ ଟାଟା ମୋଟର୍ସର MD କହି ଠକୁଥିଲେ । ସେ ଟାଟାର ଜାଲ ଆଇକାର୍ଡ, ଭିଜିଟିଂ କାର୍ଡ ଓ ଇମେଲ ଆଇଡି କରି ଲୋକଙ୍କୁ ଭୂଆଁ ବୁଲାଉଥିଲେ ।

ଆଶାୟୀ ଯୁବକଯୁବତୀଙ୍କୁ ଚାକିରି କରାଇ ଦେବା ପାଇଁ ବ୍ୟାପକ ଅର୍ଥ ଆଦାୟ କରୁଥିଲେ । ଏଥିରେ ତାଙ୍କୁ ତାଙ୍କର ଭାବୀ ଶ୍ୱଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀମାନେ ସହଯୋଗ କରୁଥିଲେ । ଅନେକ ଆଶାୟୀଙ୍କଠାରୁ ନିଜେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିଲେ । ଅଭିଯୋଗ କରିଥିବାବ ଦୁଇ ଜଣ ଆଶାୟୀ ସିଧାସଳଖ ପ୍ରଦୀପଙ୍କ ଆକାଉଣ୍ଟଙ୍କୁ ଟଙ୍କା ଦେଇଥିବାବେଳେ ଆଉ ୪ ଜଣ ସହଯୋଗୀଙ୍କ ଜରିଆରେ ଲାଞ୍ଚ ଦେଇଛନ୍ତି । ଟଙ୍କା ନେବା ପରେ ଜାଲ କାଗଜପତ୍ର ଧରାଉଥିଲେ ଆକାଶ ।

ଜାଲ ନିଯୁକ୍ତିପତ୍ର ପାଇଥିବା ଯୁବକଯୁବତୀଙ୍କ ପାଇଁ ଅନଲାଇନ ଟ୍ରେନିଂ ମଧ୍ୟ ସରିଥିଲା । ପ୍ରଦୀପ ମଧ୍ୟ ଆକାଶ ଟାଟା ମୋଟର୍ସରେ ଅଛନ୍ତି ବୋଲି କହି ବୁଲୁଥିଲେ । ଚାକିରି ଆଶାୟୀମାନେ ବିପୁଳ ପରିମାଣର ଅର୍ଥ ଦେବାକୁ ପଛାଉ ନଥିଲେ । ଡେଡିଭ ପିଟରଙ୍କୁ ପଚରାଉଚରା କରିବା ପରେ ଏହି ସତ୍ୟ ସାମ୍ନାକୁ ଆସିଛି । ତେଣୁ ଏହି ଜାଲିଆତି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଲା ଆକାଶ ପାଠକ ବୋଲି ଏଡିଜି କହିଛନ୍ତି । ଚାକିରି ଆଶାୟୀ ଅର୍ଥ ଦେଇଥିଲେ ବି ଭୟରେ ମୁହଁ ଖୋଲୁ ନାହାନ୍ତି । ତେଣୁ ଏବେ ଚାକିରି ଆଶାୟୀ ମୁହଁ ଖୋଲିବାକୁ ଅପିଲ କରିଛନ୍ତି ଏଡିଜି ।

Leave a Reply