ନବ ଦାସ ହତ୍ୟା ମାମଲା : JMFC କୋର୍ଟରେ ଚାର୍ଜସିଟ ଦାଖଲ କରିପାରେ କ୍ରାଇମ୍ ବ୍ରାଞ୍ଚ

1 min read

ଝାରସୁଗୁଡ଼ା :  ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଝାରସୁଗୁଡ଼ା JMFC କୋର୍ଟ ରେ ଚାର୍ଜସିଟ ଦାଖଲ କରିପାରେ କ୍ରାଇମ୍ ବ୍ରାଞ୍ଚ । ୧୨୦ ଦିନ ପୂର୍ବରୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଚାର୍ଜସିଟ ପ୍ରସ୍ତୁତ କରାଯାଇଛି  । ଘଟଣାର ଅଭିଯୁକ୍ତ ଗୋପାଳ ଦାସକୁ ଦୋଷୀ ସାବ୍ୟସ୍ତ କରିବାକୁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରତ୍ୟକ୍ଷଦର୍ଶିଙ୍କ ବୟାନକୁ ଆଧାର କରି ଅଭିଯୋଗ ଫର୍ଦ୍ଦ କରିଛି  ।

ଗତ ଜାନୁୟାରୀ ୨୯ ତାରିଖ ଦିନ ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମର ଉଦଘାଟନ ପାଇଁ ଯାଇଥିବା ବେଳେ ପୋଲିସ ଗୁଳିରେ ଟଳିପଡ଼ିଥିଲେ ପୂର୍ବତନ ମନ୍ତ୍ରୀ ନବ ଦାସ  । ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା । ଦିଲ୍ଲୀ ଫରେନସିକ୍ ଲ୍ୟାବର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା । ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରିଥିଲେ ।