spot_img

Latest Posts

ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରୁଛି କ୍ରାଇମ ବ୍ରାଞ୍ଚ୍

ବଲାଙ୍ଗାର: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଜି ତଦନ୍ତର ସପ୍ତମ ଦିନ। ସୌମ୍ୟଙ୍କ ମୃତ୍ୟୁର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ୍।  ମାମଲାର ବିଭିନ୍ନ ଦିଗକୁ ନେଇ ପୋଲିସ ସହ ଆଲୋଚନା କରୁଛି ତଦନ୍ତକାରୀ ଦଳ। କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା। ବିଭିନ୍ନ ଦିଗକୁ ନେଇ ତାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ। ଘଟଣା ଦିନ କାହିଁକି ଅମ୍ବୁଲାନ୍ସ ଅଟକାଇଥିଲେ ଥାନା ଅଧିକାରୀ ? ବିଦ୍ୟାଭାରତୀଙ୍କ ସହ ତାଙ୍କ ସମ୍ପର୍କ କଣ ? ଏମିତି ଅନେକ କିଛି ଦିଗକୁ ନେଇ ତାଙ୍କୁ ପଚରାଉଚରା କରୁଛି ତଦନ୍ତକାରୀ ଟିମ୍ ।

ପୂର୍ବରୁ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ଦୁଇ ସହଯୋଗୀ ଏସିଏଫ୍, ବନ ବିଭାଗ କର୍ମଚାରୀ, ଆମ୍ବୁଲାନ୍ସ କର୍ମଚାରୀଙ୍କ ସହିତ ଦୁଇ ଡାକ୍ତରଙ୍କୁ ମଧ୍ୟ ମାରାଥନ୍ ଜେରା କରିଛି । ଏଥିସହ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ବେଳେ ଉପସ୍ଥିତ ଥିବା ପାରଳାଖେମୁଣ୍ଡି ତହସିଲଦାରଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ । ତେବେ ଶୀଘ୍ର ଡିଏଫଓ ଓ ବିଦ୍ୟାଭାରତୀଙ୍କୁ ଜେରା କରିବାକୁ ଦାବି କରିଛନ୍ତି ପରିବାର ଲୋକ।

Latest Posts

Don't Miss