କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ୫ ଅଭିଯୁକ୍ତଙ୍କୁ ଜଣ ଜଣ କରି ଚାଲିଛି ମାରାଥନ୍ ଜେରା

Crime Branch Interrogates Accused Of DRDO Espionage Case

କଟକ: ଖୋଲିବ ଡିଆରଡିଓ ତଥ୍ୟ ଲିକ୍ ଗୁମର । ବାଲେଶ୍ବର ଜିଲ୍ଲା ଚାନ୍ଦିପୁରରୁ ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ ହୋଇଛି । ଗିରଫ ୫ ଅଭିଯୁକ୍ତଙ୍କ ଜେରା କରୁଛନ୍ତି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଟିମ୍ ଜଣ ଜଣ କରି ଜେରା କରୁଛି । ଗତକାଲି ୭ ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କୁ ବାଲେଶ୍ୱରରୁ ଆଣି କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ରଖାଯାଇଛି ।

Crime Branch Interrogates Accused Of DRDO Espionage Case

କଟକର କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଦେଶଦ୍ରୋହ ଅଭିଯୁକ୍ତଙ୍କଠାରୁ ସିକ୍ରେଟ୍ ଉଗାରୁଛି କ୍ରାଇମବ୍ରାଞ୍ଚ । କେବେଠାରୁ ତଥ୍ୟ ଯୋଗାଉଥିଲେ ଅଭିଯୁକ୍ତ ? କାହାକୁ ତଥ୍ୟ ଯୋଗାଉଥିଲେ ? କେଉଁ ପ୍ରକାର ତଥ୍ୟ ବାହାରକୁ ଲିକ୍ ହୋଇଛି ? ତଥ୍ୟ ବଦଳରେ କେତେ ଟଙ୍କା ଆକାଉଣ୍ଟକୁ ଆସିଛି ? କିଏ ଟଙ୍କା ପଠାଇଛି ? ହନିଟ୍ରାପର ଶିକାର ହୋଇଛନ୍ତି କି ? ଯଦି ଶିକାର ହୋଇଛନ୍ତି, ତେବେ ସେ ସୁନ୍ଦରୀ କିଏ ଓ କେଉଁଠାର ? ତଥ୍ୟ ଲିକ୍ ଘଟଣାରେ ପରିବାର କି ସମ୍ପର୍କୀୟଙ୍କର ସମ୍ପୃକ୍ତି ରହିଛି କି ?

ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ସମୟରେ ଆର୍ଥିକ କାରବାରର ଖୋଳତାଡ଼ ସହ ବୈଷୟିକ ଜ୍ଞାନକୌଶଳର ସହାୟତା ନେବ କ୍ରାଇମବ୍ରାଞ୍ଚ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାହାରକୁ ଲିକ୍ ଅଭିଯୋଗ ପରେ ପ୍ରଥମେ ୪ ଜଣ ଠିକା କର୍ମଚାରୀ ଏବଂ ପରେ ଜଣେ ନିୟମିତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି ।

Leave a Reply