କେନ୍ଦ୍ର ଅର୍ଥ ମନ୍ତ୍ରଳାୟ ଅଧିକାରୀ କହି ଠକୁଥିଲେ, ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଅଢ଼େଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ । ଅଭିଯୁକ୍ତ ହିମାଂଶୁ ଭଣ୍ଡାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ହିମାଂଶଙ୍କୁ ନୋଏଡାରୁ ଗିରଫ କରିଛି ଇଓଡବ୍ଲ୍ୟୁ । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ରାହତକୋଷ ଯୋଜନାରେ ଟଙ୍କା ଦେବାକୁ କହି ଠକୁ ଥିଲେ ହିମାଂଶୁ । ୨ କୋଟି ୩୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ହିମାଂଶୁକୁ ନୋଏଡ଼ାରୁ ଗିରଫ କରାଯାଇଛି । କେନ୍ଦ୍ର ସରକାରଙ୍କ ଏକ ବୀମା ପଲିସିରେ ୩ କୋଟି ଟଙ୍କା ଦେବାକୁ କହି ଯୋଡ଼ାର ବ୍ୟବସାୟୀ ପ୍ରମୋଦ ରାଉତଙ୍କଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଠକି ନେଇଥିଲା ହିଂମାଶୁ । ନିଜକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ବୋଲି ପରିଚୟ ଦେଇ ପ୍ରମୋଦଙ୍କୁ ଫୋନ କରି ପରେ ଟଙ୍କା ଠକି ନେଇଥିଲା ହିଂମାଶୁ । ଏନେଇ ୨୦୧୯ରେ ଥାନାରେ ଅଭିଯୋଗ କରିଥିଲେ ପ୍ରମୋଦ । ପ୍ରମୋଦଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ହିଂମାଶୁକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ।