ସାଇବର ଠକେଇରୁ ବର୍ତ୍ତିବା ପାଇଁ ଆଡ୍‌ଭାଇଜରି ଜାରି କଲା କ୍ରାଇମ୍‌ବ୍ରାଞ୍ଚ୍

ଭୁବନେଶ୍ୱର: ସୋସିଆଲ ମିଡ଼ିରେ ଠକଙ୍କ ରାଜୁତି ରୋକିବାକୁ କ୍ରାଇମବ୍ରାଞ୍ଚର ନୂଆ ପ୍ରୟାସ । ଏଥର ଖସିପାରିବେନି ସାଇବର ଠକ । ସାଇବର ଠକେଇରୁ ବର୍ତ୍ତିବା ପାଇଁ ଆଡ୍‌ଭାଇଜରି ଜାରି କରିଛି କ୍ରାଇମ୍‌ବ୍ରାଞ୍ଚ୍‌ । ସାଇବର ଠକ ପ୍ରଥମେ ଫେସବୁକ୍ ଆକାଉଣ୍ଟ ପ୍ରୋଫାଇଲ ଭିଜିଟ୍ କରି ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଛନ୍ତି  । ପରେ ମେସେଞ୍ଜରରେ ୨ଜଣଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇ ବାର୍ତ୍ତାଳାପ ହୁଏ । ସାଇବର ଠକ ହ୍ୱାଟ୍ସଆପ୍ ନମ୍ବର ମାଗି ଅଡିଓ, ତା’ପରେ ଭିଡିଓ ଚାଟ୍ କରିବାକୁ ଅନୁରୋଧ କରେ ।

ଫେସବୁକରେ ଥିବା ସୁନ୍ଦରୀ ଝିଅ କିମ୍ବା ପୁଅ ଦେଖି ଅନୁରୋଧକୁ ଆକ୍ସେପ୍ଟ କରିନିଅନ୍ତି । କିଛିଦିନ ମଧ୍ୟରେ ସେମାନଙ୍କ ମଧ୍ୟରେ ଅଶ୍ଲୀଳ ଭିଡିଓ ଚାଟ୍ ଆରମ୍ଭ ହୁଏ । ଭିଡିଓ ଚାଟକୁ ସାଇବର ଠକ ନିଜ ମୋବାଇଲରେ ସ୍କ୍ରିନ ରେକର୍ଡ କରି ରଖେ । କିଛିଦିନ ପରେ ପରିବାର , ସମ୍ପର୍କୀୟ କିମ୍ବା ସୋସିଆଲ ମିଡିଆରେ ପୋଷ୍ଟ କରିବା ଧମକ ଦେଇ ଗୁଗ୍‌ଲ ପେ’ କିମ୍ବା ଫୋନ୍‌ପେ’ରେ ଟଙ୍କା ପଠାଇବାକୁ ବାଧ୍ୟ କରେ ।

କିଛିଦିନ ହେଲା ଏଭଳି ଅଭିଯୋଗ ଆସୁଥିବାରୁ ଏପରି ଠକଙ୍କଠାରୁ ଦୂରେଇ ରହିବା ସହ ଅଜଣା ଲୋକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆକ୍‌ସେପ୍ଟ ନକରିବାକୁ କ୍ରାଇମ୍‌ବ୍ରାଞ୍ଚ୍‌ ପରାମର୍ଶ ଦେଇଛି । ଏଭଳି ଠକମାନଙ୍କର କାର୍ଯ୍ୟକଳାପକୁ ରୋକିବା ପାଇଁ ଏମିତି ଏକ ନୂଆ ପ୍ରୟାସ କରିଛି କ୍ରାଇବ୍ରାଞ୍ଚ ।

Leave a Reply