spot_img

Latest Posts

ଖେଳାଳିଙ୍କ ପରଦା ପ୍ରେମ: ପୂର୍ବରୁ ପରଦାକୁ ଆସିଛନ୍ତି ଏହିସବୁ ଚର୍ଚ୍ଚିତ ଖେଳାଳି

ନୂଆଦିଲ୍ଲୀ: କ୍ରିକେଟରଙ୍କ ନିଆରା ଚିନ୍ତାଧାରା । କ୍ରିକେଟରୁ ଅବସରନେବା ପରେ ମନ ବଳାଉଛନ୍ତି କିଛି ନୂଆ କାର୍ଯ୍ୟକରିବାକୁ । କିଛି ଏମିତି କ୍ରିକେଟର ଅଛନ୍ତି ଯେଉଁ ମାନେ ସେମାନଙ୍କର କ୍ରିକେଟ କ୍ୟାରିୟର ପରେ ସିନେମା ବନାଇବା ଆରମ୍ଭ କରିଦେଇଛନ୍ତି । କ୍ରିକେଟ ପରେ ଫିଲ୍ମରେ ନିଜ ସମୟ ବିତାଇବାକୁ ପସନ୍ଦ କରିଛନ୍ତି ଏମାନେ । ଏଭଳି କିଛି କାର୍ଯ୍ୟରେ ବହୁ କ୍ରିକେଟରଙ୍କ ନାମ ଯୋଡ଼ି ହୋଇଛି ।

ଏବେ ଏବେ ମହେନ୍ଦ୍ର ସିଂ ଧୋନି  ମଧ୍ୟ ଓ୍ୱେବ ସିରିଜ ବନାଉଥିବା ଚର୍ଚ୍ଚା ହେଉଛି । ପୌରାଣିକ ବିଜ୍ଞାନ କଳ୍ପନା ଉପରେ ଓ୍ୱେବ ସିରିଜ ବନାଉଥିବା ଚର୍ଚ୍ଚା ହେଉଛି । ଏହି ଫିଲ୍ମ ବା ଓ୍ୱେବ ସିରିଜକୁ ଏମିତି ଏକ ବହିକୁ ନେଇ ତିଆରି ହେଉଛି ଯାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । ଏବଂ ସବୁଠାରୁ ବଡ଼ କଥା ହେଉଛି ଏହି ବହି ଲେଖିଥିବା ଲେଖକଙ୍କର ଏହା ହେଉଛି ପ୍ରଥମ ଲେଖା । ଯାହାକୁ ନେଇ ଭାରତର ଚର୍ଚ୍ଚିତ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଏକ ଓ୍ୱେବ ସିରିଜ ବନାଇବାକୁ ଯାଉଛନ୍ତି । ଏହି ସିରିଜ ଏକ ଅଘୋରିଙ୍କର ଜୀବନୀ ନେଇ ହେଉଛି । ଯିଏ ଏକ ଦ୍ୱୀପରେ ଉଚ୍ଚ-ବୈଷୟିକ ସୁବିଧା ମଧ୍ୟରେ ଫସି ରହିଯାଇଛନ୍ତି । ଏହା ଏକ ଭିନ୍ନ ଧରଣରର ସିରିଜ ହେବ ଯାହା ଧୋନିଙ୍କୁ ଆହୁରି ହିଟ୍ କରାଇପାରିବ । ଧୋନିଙ୍କ ପୂର୍ବରୁ ଅନ୍ୟ ବହୁ କ୍ରିକେଟର ଏହି ଓ୍ୱେବ ସିରିଜ ତିଆରି କରିବାରେ ନିଜର ଛାପ ଛାଡ଼ିଛନ୍ତି ।

୯୦ ଦଶକରେ ଦ୍ରୁତ ବୋଲର ଭାବରେ ଟିମ୍ ଇଣ୍ଡିଆରେ ଖେଳିଥିବା ସାଲିଲ ଆଙ୍କୋଲା ମଧ୍ୟ ଟିଭି ସିରିଏଲରେ କାମ କରିଛନ୍ତି। ସେ ଚାହତ ଏବଂ ନଫ୍ରତ୍ ନାମକ ଏକ ଟିଭି ଶୋ’ରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ କୁରୁକ୍ଷେତ୍ର ଏବଂ ଚୁରା ଲିଆ ହେ ତୁମନେ’ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । କହି ରଖୁଛୁ ଯେ, ସାଲିଲ ସେହି ମ୍ୟାଚରେ ଡେବ୍ୟୁ କରିଥିଲେ ଯେଉଁଥିରେ ବ୍ୟାଟ୍ସମ୍ୟାନ୍ ସଚିନ୍ ଡେବ୍ୟୁ କରିଥିଲେ।

୧୯୮୩ ବିଶ୍ୱକପ ବିଜେତା ତଥା ଦଳର ଅଧିନାୟକ ଥିବା କପିଲ ଦେବଙ୍କୁ ଭାରତର ଶ୍ରେଷ୍ଠ ଅଲରାଉଣ୍ଡର ମାନ୍ୟତା ଦିଆଯାଇଛି। ହରିୟାଣା ହରିକେନନାମରେ ଜଣାଶୁଣା କପିଲ ଦେବ ଗୋଟିଏ ନୁହେଁ, ତିନୋଟି ଚଳଚ୍ଚିତ୍ରରେ କେମିଓ ଭୂମିକାରେ ଅଭିନୟ କରିଛନ୍ତି। କପିଲ ଦେବ ସଲମାନ ଏବଂ ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ମୁଝସେ ଶାଦି କରୋଗୀ, ନାସିରୁଦ୍ଦିନ ଶାହାଙ୍କ ଅଭିନିତ ଇକବାଲରେ ନଜର ଆସିଛନ୍ତି ।

ଅଜୟ ଜାଡେଜା ୯୦ଦଶକର ଜଣେ ଦ୍ରୁତ ଖେଳାଳି । ମ୍ୟାଚ୍ ଫିକ୍ସିଂ ସ୍କାଣ୍ଡାଲରେ ତାଙ୍କ ନାଁ ଆସିବା ପରେ ତାଙ୍କ କ୍ୟାରିୟରରେ ପ୍ରଭାବ ପଡ଼ିଥିଲା । ଏହା ପରେ ସେ ଚଳଚ୍ଚିତ୍ରଜଗତରେ ଏଣ୍ଟ୍ରି କରିଥିଲେ ଏବଂ ୨୦୦୩ ମସିହାରେ ସେ ଖେଲ ଫିଲ୍ମରେ ଅଭିନୟ କରିଥିଲେ। ତେବେ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ପ୍ରମାଣିତ ହୋଇଥିଲା ଏବଂ ଏହା ପରେ ଜାଡେଜା କ୍ରିକେଟରେ କମେଣ୍ଟ୍ରି କରିବା ଆରମ୍ଭ କରିଥିଲେ ।

ସଚିନ ତେନ୍ଦୁଲକର ନିଜ ଜୀବନ ଉପରେ ନିର୍ମିତ ଏକ ଚଳଚ୍ଚିତ୍ରରେ ନଜର ଆସିଥିଲେ । ତାଙ୍କ ନିଜ ଚରିତ୍ର ତୁଲାଉଥିବାର ଦେଖା ଯାଇଥିଲା । ଏହି ଚଳଚ୍ଚିତ୍ରକୁ ପ୍ରଶଂସକ ଖୁବ୍ ପସନ୍ଦ ମଧ୍ୟ କରିଥିଲେ । ​​ଏବଂ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା ​ ।

ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ହେବା ପୂର୍ବରୁ ଯୁବରାଜ ସିଂ ପଞ୍ଜାବୀ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ କାମ କରିଥିଲେ। ଯୁବରାଜଙ୍କ ପିତା ଯୋଗରାଜ ସିଂ ମଧ୍ୟ ପଞ୍ଜାବୀ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ କ୍ରିକେଟ୍ ମଧ୍ୟ ଖେଳିଛନ୍ତି, ସେ ତାଙ୍କ ପୁଅକୁ କ୍ରିକେଟ୍ ଖେଳିବାକୁ ପ୍ରେରିତ କରିଥିଲେ ।

୭୦ ଦଶକରେ ଭାରତର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ ଭାବରେ ପରିଚିତ ସୁନୀଲ ଗାଭାସ୍କର ମଧ୍ୟ ଫିଲ୍ମରେ କାମ କରିଛନ୍ତି। ୧୯୮୮ ମସିହାରେ ସୁନୀଲଙ୍କୁ ମାଲାମଲ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଗାଭାସ୍କର ଏକ କେମିଓ କରିଥିଲେ । ଏହି ଫିଲ୍ମରେ ନାସିରୁଦ୍ଦିନ ଶାହା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ଏବେ ସୁନୀଲ କମେଣ୍ଟ୍ରି କରୁଥିବାର ଦେଖଇବାତୁ ମିଳୁଛି ।

Latest Posts

Don't Miss