spot_img

Latest Posts

କରୋନା ଆତଙ୍କ: ମାସ୍କରେ ବିରାଟ କୋହଲିଙ୍କଠାରୁ ଫାଫ୍ ଡୁ ପ୍ଲେସିସ୍

ଲକ୍ଷ୍ନୌ: କରୋନା ଡରାଉଛି । କରୋନାକୁ ହରାଇବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ରାସ୍ତାଘାଟରେ ମାସ୍କ ପିନ୍ଧା ଲୋକ ନଜର ଆସିବା ସାଧାରଣ କଥା ହୋଇଯାଇଛି । ଆମ୍ ଆଦମୀରୁ ସେଲିବ୍ରିଟି ସମସ୍ତେ ନିଜ ସୁରକ୍ଷାକୁ ନେଇ ସଚେତନ ଅଛନ୍ତି । ସେହିଭଳି କିଛି ଦୃଷ୍ୟ ଲକ୍ଷ୍ନୌ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା ।

ବିମାନ ବନ୍ଦରରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲିଙ୍କୁ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ସେ ନିଜ ସାଥୀଙ୍କ ସହ ସିରିଜର ଦ୍ୱିତୀୟ ODI ଇଣ୍ଟରନ୍ୟାସନାଲ୍ ପାଇଁ ପହଞ୍ଚିଥିଲେ । ହେଲେ ପରଜବର୍ତ୍ତି ସମୟରେ ଏହି ସିରିଜର ଦୁଇଟି ମ୍ୟାଚ୍ ବାତିଲ କରାଯାଇଥିଲା । ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟିମ୍ ର ଖେଳାଳି ଲକ୍ଷ୍ନୌରେ ପହଞ୍ଚିବା ପରେ ଦୁଇଟି ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ମ୍ୟାଚଗୁଡିକ ପୂର୍ବରୁ କେବଳ ଷ୍ଟାଡିୟମରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମହାମାରୀ ଯୋଗୁଁ ଦର୍ଶକଙ୍କ ପାଇଁ ଖେଳ ପ୍ରତିଯୋଗିତା ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏହା ଦ୍ୱିତୀୟ ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ ଯାହାକୁ ବାତିଲ କରାଯାଇଛି | ଏହା ସହ ଇଂରାଜୀ ଖେଳାଳିମାନେ ମଧ୍ୟ ପାକିସ୍ତାନ ସୁପର ଲିଗ୍ ଛାଡି ଘରକୁ ଫେରୁଛନ୍ତି।

ଦକ୍ଷିଣ ଆଫ୍ରିକା ଦଳର ଦିଗଜ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁ ପ୍ଲେସିସ୍ ମଧ୍ୟ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ। ଭାରତ ବିପକ୍ଷ ODI ସିରିଜରେ ଅଧିନାୟକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ ମଧ୍ୟ ମାସ୍କରେ ନଜର ଆସିଥିଲେ ।

ଭାରତୀୟ ଓପନର୍ ଲୋକେଶ ରାହୁଲଙ୍କୁ ମଧ୍ୟ ମାସ୍କ ପିନ୍ଧିଥିବାର ଦେଖାଯାଇଥିଲା। ଲକ୍ଷ୍ନୌର ବିମାନବନ୍ଦରରେ ୟୁଜବେନ୍ଦ୍ର ଚହଲ ମଧ୍ୟ ମାସ୍କରେ ନଜର ଆସିଥିଲେ। ସେ ମାସ୍କ ପିନ୍ଧି ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି।

ବିରାଟ ଏବଂ କିଛି ଖେଳାଳିଙ୍କ ବ୍ୟତୀତ ସୁରକ୍ଷା କର୍ମୀମାନେ ବିମାନବନ୍ଦରରେ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ।

ଭାରତରେ ପ୍ରତ୍ୟେକ ଖେଳ କରୋନା ଭାଇରସ ଦ୍ୱାରା ପ୍ରଭାବିତ ହୋଇଛି | ଆଇପିଏଲ୍ ଏବଂ ଭାରତ-ଦକ୍ଷିଣ ଆଫ୍ରିକା ODI ସିରିଜ୍ ପୁଣିଥରେ ଖେଳା ଯିବ । ଅପରପକ୍ଷରେ ହକିର ପ୍ରତିଷ୍ଠିତ ସୁଲତାନ୍ ଆଜଲାନ୍ ଶାହା କପ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି | ଆସନ୍ତା ଏପ୍ରିଲ ୧୧ ତାରିଖରୁ ମାଲେସିଆ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଫିକ୍ସ କରାଯାଇଥିଲା | କେବଳ ସେତିକି ନୁହେଁ କରୋନା ବିସ୍ତାରକୁ ଦୃଷ୍ଟିରେ ରଖି ମିଜୋରାମର ରାଜଧାନୀରେ ଆୟୋଜିତ ହେବାକୁ ଥିବା ହିରୋ ସନ୍ତୋଷ ଟ୍ରଫି ୨୦୧୯-୨୦୨୦ ର ଅନ୍ତିମ ରାଉଣ୍ଡକୁ ସ୍ଥଗିତ ରଖାଯାଇଛି।

 

 

 

Latest Posts

Don't Miss