ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲିଜେଣ୍ଡସ୍ କ୍ରିକେଟର

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲିଜେଣ୍ଡସ୍ କ୍ରିକେଟର । ସମସ୍ତ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଲେଖାଥିବା ଜର୍ସି ପ୍ରଦାନ କରିଛନ୍ତି । ନବୀନଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି ଖେଳାଳି । ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତାକାଲିଠାରୁ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡସ ଲିଗ୍‌ କ୍ରିକେଟର ଲିଗ୍‌ ମ୍ୟାଚ ଖେଳାଯିବ । ଏଥିପାଇଁ ବାରବାଟୀ ପ୍ରସ୍ତୁତ ହୋଇଯାଇଥିବା ବେଳେ ଆଜି ଅପରାହ୍‌ଣରେ ଭୁବନେଶ୍ବରରେ ୨ଟି ଟିମ୍‌ ଆସି ପହଞ୍ଚିଛନ୍ତି ।

ଲିଜେଣ୍ଡସ୍‌ ଲିଗ କ୍ରିକେଟର ୨ଟି ଟିମ୍‌ ଭିଲ୍‌ୱାରା କିଙ୍ଗସ ଓ ମଣିପାଲ ଟାଇଗର୍ସର ଖେଳାଳି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ହୋଲେଟ ମେ ‌ଫାୟାରକୁ ଯାଇଥିଲେ । ହୋଟେଲରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବାରବାଟୀରେ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନୋଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଖେଳାଯିବ ।

୨୬ ତାରିଖରେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବାକୁ ଥିବାବେଳେ ୨୭ ତାରିଖରେ ଗୁଜୁରାଟ ଜିଆଣ୍ଟସ ଓ ଭିଲଓ୍ବାରା କିଙ୍ଗ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ ଏବଂ ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ଲିଗ୍‌ ମ୍ୟାଚ ‌ହେବ । ସେହିପରି ଅକ୍ଟୋବର ୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡସ ଲିଗ୍‌ କ୍ରିକେଟ ଟ୍ବେଣ୍ଟି-୨୦ର ଫାଇନାଲ୍‌ ମ୍ୟାଚ ଖେଳାଯିବା