ବେଟିଂ ଆପରେ ବେଆଇନ ଅର୍ଥ ଚାଲାଣ ମାମଲା : EDରେ ହାଜର ହେଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂ

1 min read

ନନ୍ଦିଘୋଷ ବ୍ୟୁରୋ : ଅନଲାଇନ ବେଟିଂ ଆପ 1xBet ଜରିଆରେ ବେଆଇନ ଅର୍ଥ ଚାଲାଣ ମାମଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହେଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂ। ଏହି ମାମଲାରେ ଆସନ୍ତା କାଲି ଅଭିନେତା ସୋନୁ ସୁଦ ବି ଇଡିରେ ହାଜର ହେବେ ବୋଲି ସୂଚନା ମିଳିଛି। ଗତକାଲି ପୂର୍ବତନ କ୍ରିକେଟର ରବିନ ଉଥାପାଙ୍କୁ ବି ଜେରା କରିଥିଲା ଇଡି। ପିଏମଏଲଏ ଅନୁସାରେ ଏହି ଜେରା ହୋଇଛି। ବର୍ତ୍ତମାନ ସୁଦ୍ଧା ପୂର୍ବତନ କ୍ରିକେଟର ସୁରେଶ ରୈନା, ଶିଖର ଧାୱନ, ଟିଏମସି ଏମପି ଓ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଓ ବଙ୍ଗାଳୀ ଅଭିନେତା ଅଙ୍କୁଶ ହାଜରାଙ୍କୁ ବି ଜେରା କରିଛି ଇଡି। ବେଟିଂ ପ୍ଲାଟଫର୍ମ ଜରିଆରେ ଅଗଣତି ଲୋକ ଓ ନିବେଶକଙ୍କୁ ପ୍ରତାରିତ କରାଯିବା ସହ ଅର୍ଥ ଠକେଇ କରାଯାଇଥିବା ଅଭିଯୋଗ ହୋଇଥିଲା। ବିଶ୍ବସ୍ତରରେ ୧୮ ବର୍ଷ ଧରି 1xBet ଆପ୍ ନିଜର କାର୍ଯ୍ଯକଳାପ ଚଲାଇଆସିଛି। ୭୦ଟି ଭାଷାରେ ଏହି ଆପ୍ ଉପଲବ୍ଧ ରହିଛି।