ଡଙ୍ଗାରେ ବସି ପକ୍ଷୀ ସହ ଫଟୋ ଉଠାଇଲେ ଧାୱନ: ଅସୁବିଧାର ସମ୍ମୁଖୀନ ହେଲେ ବୋଟ୍‌ ଚାଳକ

ନୂଆଦିଲ୍ଲୀ: ନିକଟରେ କ୍ରିକେଟର ଶିଖର ଧାୱନ ତାଙ୍କ ଇନଷ୍ଟାଗ୍ରାମରେ ଆକାଉଣ୍ଟ୍ ରେ ଏକ ଫୋଟ ସେୟାର କରିଛନ୍ତି ଯେଉଁଥିରେ ସେ ଡଙ୍ଗାରେ ବସି ପକ୍ଷୀଙ୍କୁ ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି, ଏହି ଫୋଟଟି ହେଉଛି ଉତ୍ତର ପ୍ରଦେଶ ବାରଣାସୀର। ଶିଖର ଧାୱନ ଏହି ଫୋଟରେ କ୍ୟାପସନ୍ ଦେଇ ଲେଖିଛନ୍ତି ‘ଖୁସି ମିଳେ ପକ୍ଷୀଙ୍କୁ ଖୁଆଇବାରେ ‘।

ତେବେ ଶିଖର ଧାୱନଙ୍କ ଏହି ପୋଷ୍ଟ ପାଇଁ ତାଙ୍କୁ ବୋଟ୍‌ରେ ନେଇଥିବା ନାବିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାର୍ଡ ଫ୍ଲୁ ସମୟରେ ପ୍ରତିବନ୍ଧକ ଥିବାରୁ ବୋଟ୍ ଚାଳକଙ୍କୁ ଚାର୍ଜ କରାଯିବ ବୋଲି ନଗର ପ୍ରଶାସନ କହିଛି । ଏହି ପୋଷ୍ଟଟି ଯେତେବେଳ ବାରାଣାସୀ ଜିଲ୍ଲା ମାଜିଷ୍ଟ୍ରେଟ କୌଶଲ ରାଜ ଶର୍ମାଙ୍କ ନଜରକୁ ଆସିବା ପରେ ସେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ରାଜ୍ୟରେ ବାର୍ଡ ଫ୍ଲୁ ସମସ୍ୟ ଦେଖିବାକୁ ମିଳୁଥିବାରୁ ସମସ୍ତ ବୋଟ୍‌ ଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେପରି କୌଣସି ପର୍ଯ୍ୟଟକ ବୋଟ୍‌ରେ ବସି ପକ୍ଷୀଙ୍କୁ ଖାଦ୍ୟ ଯେମିତି ନଖୁଆନ୍ତି। କିନ୍ତୁ ବୋଟ୍‌ର ନାବିକ ନିର୍ଦ୍ଦେଶ ପାଳନ କରିନଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ଏହି ଘଟଣାରେ ସେ ଧାୱନଙ୍କ ବିରୋଧରେ କିଛି କହିନାହାନ୍ତି।

ଶର୍ମା କହିଛନ୍ତି, ନାବିକମାନେ ପ୍ରଶାସନର ନିର୍ଦେଶ ପାଳନ କରୁ ନ ଥିବା ବାରମ୍ବାର ଦେଖିବାକୁ ମିଳୁଛି। ତେଣୁ ଉକ୍ତ ନାବିକଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯିବ। କାହିଁକି ତାଙ୍କ ଲାଇସେନ୍ସ ରଦ୍ଦ କରା ନ ଯିବ ତାହାର ଜବାବ ଦେବାକୁ ନୋଟିସରେ କୁହାଯିବ। ଦେଶର ୧୦ଟି ରାଜ୍ୟରେ ଜଙ୍ଗଲୀ ପକ୍ଷୀ, କାଉ ଏବଂ ବିଦେଶୀ ପକ୍ଷୀଙ୍କ ପାଖରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ଉକ୍ତ ରାଜ୍ୟ ଗୁଡିକ ହେଲା ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଉତ୍ତରଖଣ୍ଡ। ଗତ ସପ୍ତାହରେ ଅଷ୍ଟ୍ରେଲିଆ କୁ ହରେଇ ଟମ୍ ଇଣ୍ଡିଆ ଚମତ୍କାର ସିରିଜ୍ ଜିତିବା ପରେ ଶିଖର ଧାୱନ କାଶୀ ବିଶ୍ୱନାଥ ମନ୍ଦିର ଏବଂ କଳା ଭୈରବ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ।

Leave a Reply