ରୋହିତଙ୍କୁ ମିଳିବ ସର୍ବଶ୍ରେଷ୍ଠ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର, ଏମାନଙ୍କ ନାମ ମଧ୍ୟ ତାଲିକାରେ ରହିଛି

ନୂଆଦିଲ୍ଲୀ: କ୍ରୀଡା ଜଗତର ସର୍ବାଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇବେ ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା । ରୋହିତ ଶର୍ମା ଏହି ପୁରସ୍କାର ପାଇବାରେ ଚତୁର୍ଥ କ୍ରିକେଟର ହେବେ । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲି ଏହି ସମ୍ମାନ ପାଇଛନ୍ତି । ଜାତୀୟ ଖେଳ ପୁରସ୍କାର କମିଟି ଆଜି ତାଙ୍କ ନାଁ ସୁପାରିଶ କରିଛି । ରୋହିତଙ୍କ ସହ ଆଉ ୩ଜଣ ଖେଳାଳିଙ୍କ ନାଁ ଏହି ପୁରସ୍କାର ସୁପାରିସ ତାଲିକାରେ ରହିଛି ।

ଏସିଆନ ଗେମ୍ସର ଗୋଲ୍ଡ ୱିନର ରେସଲର ଭିନେଶ ଫୋଗାଟ, ଟେବଲ ଟେନିସ ଚାମ୍ପିଅନ ମାନିକା ବତ୍ରା ଓ ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ମାରିପ୍ପାନ ତାଙ୍ଗଭେଲୁଙ୍କ ନାଁ ସୁପାରିଶ ହୋଇଛି । ଚଳିତ ବର୍ଷ ଏକାଥରକେ ୪ଜଣଙ୍କୁ ମିଳିବ ଏହି ସମ୍ମାନ ଜନକ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର । ସଚ୍ଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଦୋନୀ ଓ ବିରାଟ କୋହଲିଙ୍କ ପରେ ଚତୁର୍ଥ କ୍ରିକେଟର ଭାବେ ଏହି ସମ୍ମାନ ପାଇବେ ରୋହିତ ଶର୍ମା ।

୨୦୧୯ ବିଶ୍ୱକପରେ ରୋହିତ ୬୪୮ ରନ୍ ସଂଗ୍ରହ କରିଥିଲେ । ଏଥି ସହିତ, ବିନେଶ ହେଉଛନ୍ତି ଏକମାତ୍ର ଭାରତୀୟ ମହିଳା କୁସ୍ତି ଯିଏ ଟୋକିଓ ଅଲିମ୍ପିକ୍ ୨୦୨୧ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ୨୦୧୯ ବିଶ୍ୱ ରେସଲିଂ ଚାମ୍ପିଅନସିପ୍ ରେ ବିନେଶ ଏକ ରୌପ୍ୟ ପଦକ ଜିତିଛନ୍ତି । ମହିଳା ଟେବୁଲ୍ ଟେନିସ୍ ଖେଳାଳି ମାଣିକା ବତ୍ରା ୨୦୧୮ ଗୋଲ୍ଡ କୋଷ୍ଟ କମନୱେଲଥ ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ବ୍ୟତୀତ ସେ ୨୦୧୮ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେହିପରି ପାରାଲିମ୍ପିକ୍ ଖେଳାଳି ମାରିଆପ୍ପାନ୍ ଆସନ୍ତା ବର୍ଷର ଟୋକିଓ ପାରାଲିମ୍ପିକ୍ ଗେମ୍ସ ପାଇଁ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତି ଯୋଗ୍ୟତା ଅର୍ଜନ କରିଛନ୍ତି ।

ଏହି କମିଟି ଖେଳ ରତ୍ନ ବ୍ୟତୀତ ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଅର୍ଜୁନ ପୁରସ୍କାର, ଧନଚାନ୍ଦ ପୁରସ୍କାର ଏବଂ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ଏବଂ ମୌଲାନା ଅବୁଲ କଲାମ ଆଜାଦ ଟ୍ରଫିର ନାମ ମଧ୍ୟ ଘୋଷଣା କରିବ । ଭାରତର ରାଷ୍ଟ୍ରପତି ପ୍ରତିବର୍ଷ ୨୯ ଅଗଷ୍ଟରେ ରାଷ୍ଟ୍ରିୟ ଭବନରେ ଏହି ପୁରସ୍କାର ପ୍ରଦାନ କରନ୍ତି ।

Leave a Reply