ନବବର୍ଷ ପୂର୍ବରୁ ଅଘଟଣ, ଡିଭାଇଡରରେ ପିଟି ହୋଇ ଜଳିଗଲା ପନ୍ତଙ୍କ ଗାଡି
1 min read
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ନିଜ ଘର ଉତ୍ତରାଖଣ୍ଡରୁ ଦିଲ୍ଲୀ ଫେରୁଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ନାରସନ ବର୍ଡର ନିକଟରେ ଋଷଭଙ୍କ ଗାଡ଼ି ଡିଭାଇଡରରେ ପିଟି ହୋଇଥିଲା । ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ହୋଇଥିବା କୁହାଯାଉଥିବା ବେଳେ ଡିଭାଇଡରରେ ପିଟି ହେବା ପରେ BMW କାର୍ ସମ୍ପୂର୍ଣ୍ଣ ଜଳିଯାଇଛି ।
ପନ୍ତଙ୍କ ଅବସ୍ଥା ଗୁରୁତର ରହିଛି । ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ବେଳେ ପନ୍ତ ନିଜେ ଗାଡ଼ି ଚଳାଉଥିଲେ । ପନ୍ତଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି ।