ବାରବାଟୀରେ ପହଞ୍ଚିଲେ ଖେଳାଳି
1 min read![](https://nandighoshatv.com/wp-content/uploads/2025/02/vlcsnap-2025-02-09-12h00m54s136-1024x576.png)
ନନ୍ଦିଘୋଷ ବ୍ୟୁରୋ : ଆଜି ବାରବାଟୀ ଫାଇଟ୍। ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବ କଡ଼ା ସଂଘର୍ଷ। ଭୁବନେଶ୍ଵରରୁ ବାହାରି ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି ଦୁଇ ଦଳର ଟିମ। ଭୁବନେଶ୍ଵରରୁ କଡ଼ା ସୁରକ୍ଷା ମଧ୍ୟରେ ଉଭୟ ଦଳର ଖେଳାଳିଙ୍କୁ ଷ୍ଟାଡିୟମକୁ ନିଆଯାଇଥିଲା। ଆଉ କିଛି ସମୟ ପରେ ଆରମ୍ଭ ହେବ ମ୍ୟାଚ। ଇଣ୍ଡିଆ-ଇଂଲଣ୍ଡ ଏକଦିବସୀୟ ସିରିଜର ଆଜି ଦ୍ଵିତୀୟ ମ୍ୟାଚ। ଆଜିର ମ୍ୟାଚକୁ ଯେକୌଣସି ମତେ ହାତେଇବାକୁ ଉଦ୍ଯମ କରିବ ରୋହିତ ବାହିନୀ। ସିରିଜର ପ୍ରଥମ ମ୍ୟାଚ ଭାରତ ଜିତିଥିବାବେଳେ ବାରବାଟୀ ଦଖଲ କରି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ। ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ରହିଛି ଅନେକ ଉତ୍ସାହ। ବାରବାଟୀ ମ୍ୟାଚ ହାଇସ୍କୋରିଂ ହେବା ଆଶା କରାଯାଉଛି। ଆଜିର ମ୍ୟାଚରେ ବିରାଟ କୋହଲି ଓ ମହମ୍ମଦ ସାମି ଖେଳିପାରନ୍ତି। ଉଭୟେ ଫିଟ୍ ଅଛନ୍ତି। ଆହତ କାରଣରୁ ସିରିଜର ପ୍ରଥମ ମ୍ୟାଚ ଖେଳି ପାରିନଥିଲେ କୋହଲି।ଏଯାଏଁ ବାରବାଟୀରେ ହୋଇଛି ମୋଟ ୧୯ଟି ୱାନ ଡେ। ଭାରତ ଖେଳିଛି ୧୭ଟି ମ୍ୟାଚ। ସେଥି ମଧ୍ୟରୁ ଜିତିଛି ୧୩ଟି । ଭାରତ ଖେଳିଥିବା ଗତ ୭ଟି ଯାକ ମ୍ୟାଚରେ ବିଜୟୀ ହୋଇଥିବାରୁ ଏହି ଧାରା ବଜାୟ ରଖିବାକୁ ଟିମ୍ ଲକ୍ଷ୍ୟ ରଖିଛି। ବାରବାଟୀର ସର୍ବୋଚ୍ଚ ସ୍କୋର ହେଲା ୩୮୧ ରନ, ଯାହାକି ଭାରତ କରିଥିଲା। ଗତ ୨୦୧୭ ଜାନୁଆରୀ ୧୯ରେ ଏହି ମ୍ୟାଚ ହୋଇଥିଲା। ବାରବାଟୀରେ ହୋଇଥିବା ମୋଟ୍ ୧୯ଟି ୱାନ ଡେ ମଧ୍ୟରୁ ୧୧ଟି ମ୍ୟାଚରେ ଚେଜ୍ କରିଥିବା ଟିମ୍ ଜିତିଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୮ଟି ମ୍ୟାଚରେ ବିଜୟୀ ହୋଇଛନ୍ତି।