ବ୍ଲାକରେ ବିକ୍ରି ହେଉଛି ବାରବାଟୀ ଟିକେଟ !,କଟକରେ ୪ ଜଣଙ୍କୁ ଧରିଲା ପୋଲିସ
କଟକ: ବାରବାଟୀ ଟିକଟର କଳାବଜାରୀ। ବ୍ଲାକ୍ କରୁଥିବା ବେଳେ ୪ ଜଣଙ୍କୁ ଧରିଲା ପୋଲିସ । ୧୧ ଶହ ଟଙ୍କିଆ ଟିକଟ ବିକ୍ରି ହେଉଥିଲା ୬ରୁ ୭ ହଜାର ଟଙ୍କାରେ। ଡିଲ୍ ବେଳେ ସାଦା ପୋଷାକରେ ଥିବା ପୋଲିସ ମାଡ଼ି ବସିଲା। ଟଙ୍କା ଓ ଟିକଟ ଜବତ କରିଛି ପୋଲିସ। କାଉଣ୍ଟରରେ ଟିକେଟ ବିକ୍ରି ବେଳେ ପ୍ରବଳ ଭିଡ଼ ହୋଇଥିଲା। ଏପରିକି ବୁଢ଼ା ବୁଢ଼ୀ ବି ଲାଇନରେ ଠିଆ ହୋଇଥିଲେ, ଯେଉଁମାନେ କି କ୍ରିକେଟ ର କ ବି ଜାଣନ୍ତି ନାହି। ସେଇଠୁ ସନ୍ଦେହ ହୋଇଥିଲା, ଏସବୁ ବ୍ଲାକ ହେବ। ତାହା ସତ ପ୍ରମାଣିତ ହୋଇଛି। ଏବଂ ଟିକେଟ ବ୍ଲାକ କରୁଥିବା ୪ ଜଣଙ୍କୁ ଅଟକ ରଖିଛି କଟକ କ୍ଯାଣ୍ଟନମେଣ୍ଟ ଥାନା ପୋଲିସ।