ସମସ୍ୟାରେ ପଡ଼ିଥିବା ଯାତ୍ରୀଙ୍କୁ ସାହାଯ୍ୟ କରି ହୃଦୟ ଜିତିଲେ ଧୋନି

1 min read

ନୂଆଦିଲ୍ଲୀ: ଭାରତର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନି କେବଳ କ୍ରିକେଟକୁ ନେଇ ଚର୍ଚ୍ଚାରେ ନଥାନ୍ତି, ବରଂ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଯାଆନ୍ତି । ପ୍ରତ୍ୟେକଟି ସ୍ଥାନରେ ଏକ ସାଧାରଣ ମଣିଷ ଭଳି ବ୍ୟବହାର କରନ୍ତି, ଆଉ ତାଙ୍କ ମଧ୍ୟରେ ଥିବା ଏହି ଅନ୍ତର୍ନିହିତ ଗୁଣ ପାଇଁ ସେ ସମସ୍ତଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଏବେ ପୁଣିଥରେ ଏଭଳି କିଛି କାମ କରି ଲୋକଲୋଚନକୁ ଆସିଛନ୍ତି ଏହି ପ୍ରସିଦ୍ଧ ଖେଳାଳୀ । ବାସ୍ତବରେ ମହେନ୍ଦ୍ର ସିଂ ଧୋନି ନିକଟରେ ତାଙ୍କ ଦଳ ସହିତ ୟୁଏଇ ପାଇଁ ଫ୍ଲାଇଟରେ ଯାତ୍ରା କରୁଥିଲେ ଏବଂ ସେଠାରେ ସେ ତାଙ୍କ ସିଟକୁ ଅନ୍ୟ କାହାକୁ ଦେଇଦେଲେ ।


ଗତ ଶୁକ୍ରବାରକୁ ଧୋନି ତାଙ୍କ ଟିମ୍ ସହିତ ଚେନ୍ନାଇରୁ ୧୯ ସେପ୍ଟେମ୍ବର ଠାରୁ ଆରମ୍ଭ ହେବାକୁ ଥିବା ଆାଇପିଏଲ ପାଇଁ ୟୁଏଇ ବାହାରିଲେ । ଫ୍ଲାଇଟରେ ଧୋନି ଇକନୋମି କ୍ଲାସର ଯାତ୍ରୀଙ୍କ ସହିତ ନିଜର ସିଟ ବଦଳାଇଦେଲା । ବାସ୍ତବରେ ଉକ୍ତ ଯାତ୍ରୀଙ୍କ ଉଚ୍ଚତା ଲମ୍ବା ହୋଇ ଥିବାରୁ ତାଙ୍କୁ ଗୋଡ଼ ରଖିବାକୁ ସମସ୍ୟା ହେଉଥିଲା । ଯାହାକୁ ଦେଖିବା ପରେ ଧୋନି ଏଭଳି ନିଷ୍ପତ୍ତି ନେଲେ । ଏହାକୁ ଜର୍ଜ ନାମକ ଜଣେ ବ୍ୟକ୍ତି ଏହାକୁ ଟ୍ୱିଟରରେ ଶେୟାର କରିଛନ୍ତି ।


ଏହା ପ୍ରଥମ ଥର ନୁହେଁ ବରଂ ଏକଦା ଏୟାରପୋର୍ଟରେ ବ୍ୟାଗ ପକାଇ ତଳେ ଶୋଇ ଯାଇଥିବାର ଧୋନିଙ୍କୁ ଦେଖିବାକୁ ମିଳିଥିଲା ।

Leave a Reply