ସମସ୍ୟାରେ ପଡ଼ିଥିବା ଯାତ୍ରୀଙ୍କୁ ସାହାଯ୍ୟ କରି ହୃଦୟ ଜିତିଲେ ଧୋନି
1 min readନୂଆଦିଲ୍ଲୀ: ଭାରତର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନି କେବଳ କ୍ରିକେଟକୁ ନେଇ ଚର୍ଚ୍ଚାରେ ନଥାନ୍ତି, ବରଂ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଯାଆନ୍ତି । ପ୍ରତ୍ୟେକଟି ସ୍ଥାନରେ ଏକ ସାଧାରଣ ମଣିଷ ଭଳି ବ୍ୟବହାର କରନ୍ତି, ଆଉ ତାଙ୍କ ମଧ୍ୟରେ ଥିବା ଏହି ଅନ୍ତର୍ନିହିତ ଗୁଣ ପାଇଁ ସେ ସମସ୍ତଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଏବେ ପୁଣିଥରେ ଏଭଳି କିଛି କାମ କରି ଲୋକଲୋଚନକୁ ଆସିଛନ୍ତି ଏହି ପ୍ରସିଦ୍ଧ ଖେଳାଳୀ । ବାସ୍ତବରେ ମହେନ୍ଦ୍ର ସିଂ ଧୋନି ନିକଟରେ ତାଙ୍କ ଦଳ ସହିତ ୟୁଏଇ ପାଇଁ ଫ୍ଲାଇଟରେ ଯାତ୍ରା କରୁଥିଲେ ଏବଂ ସେଠାରେ ସେ ତାଙ୍କ ସିଟକୁ ଅନ୍ୟ କାହାକୁ ଦେଇଦେଲେ ।
When a man who’s seen it all, done it all in Cricket tells you, “Your legs are too long, sit in my seat (Business Class), I’ll sit in Economy.” The skipper never fails to amaze me. @msdhoni pic.twitter.com/bE3W99I4P6
— george (@georgejohn1973) August 21, 2020
ଗତ ଶୁକ୍ରବାରକୁ ଧୋନି ତାଙ୍କ ଟିମ୍ ସହିତ ଚେନ୍ନାଇରୁ ୧୯ ସେପ୍ଟେମ୍ବର ଠାରୁ ଆରମ୍ଭ ହେବାକୁ ଥିବା ଆାଇପିଏଲ ପାଇଁ ୟୁଏଇ ବାହାରିଲେ । ଫ୍ଲାଇଟରେ ଧୋନି ଇକନୋମି କ୍ଲାସର ଯାତ୍ରୀଙ୍କ ସହିତ ନିଜର ସିଟ ବଦଳାଇଦେଲା । ବାସ୍ତବରେ ଉକ୍ତ ଯାତ୍ରୀଙ୍କ ଉଚ୍ଚତା ଲମ୍ବା ହୋଇ ଥିବାରୁ ତାଙ୍କୁ ଗୋଡ଼ ରଖିବାକୁ ସମସ୍ୟା ହେଉଥିଲା । ଯାହାକୁ ଦେଖିବା ପରେ ଧୋନି ଏଭଳି ନିଷ୍ପତ୍ତି ନେଲେ । ଏହାକୁ ଜର୍ଜ ନାମକ ଜଣେ ବ୍ୟକ୍ତି ଏହାକୁ ଟ୍ୱିଟରରେ ଶେୟାର କରିଛନ୍ତି ।
ଏହା ପ୍ରଥମ ଥର ନୁହେଁ ବରଂ ଏକଦା ଏୟାରପୋର୍ଟରେ ବ୍ୟାଗ ପକାଇ ତଳେ ଶୋଇ ଯାଇଥିବାର ଧୋନିଙ୍କୁ ଦେଖିବାକୁ ମିଳିଥିଲା ।