କରୋନା ଭାଇରସ ଯୋଗୁଁ ଟେଣ୍ଟରେ ରହିବାକୁ ବାଧ୍ୟ ହେଲେ ଏହି କ୍ରିକେଟର, କହିଲେ କରୋନା ସବୁ ବର୍ବାଦ କରିଦେଲା

ନୂଆଦିଲ୍ଲୀ: କରୋନା ଭାଇରସ କାରଣରୁ ଅନେକ ବଡ଼ ବଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଛି । ବିସିସିଆଇ ଆଇପିଏଲକୁ  ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ କରିଛନ୍ତି । ଦେଶରେ ଡୋମେଷ୍ଟିକ କ୍ରିକେଟ ଏବଂ ଅନ୍ତରାଷ୍ଟ୍ରୀୟ କ୍ରିକେଟରଙ୍କ ଉପରେ ଏହି କରୋନାର ଆର୍ଥିକ ଭାବରେ ପ୍ରଭାବ ପଡ଼ିଛି । ତଥାପି, କିଛି ଖେଳାଳି ଅଛନ୍ତି ଯେଉଁମାନେ ଘରୋଇ ଲିଗରେ ଖେଳି ନିଜ ଘର ଚଳାଉଥିଲେ । କରୋନାଭାଇରସ୍ କାରଣରୁ ଅଟକି ରହିଥିବା କ୍ରିକେଟ୍ ମ୍ୟାଚ୍ ପାଇଁ ଖେଳାଳି ମାନଙ୍କ ଜୀବନ ଖୁବ ପ୍ରଭାବିତ ହୋଇଛି । ମୁମ୍ବାଇର ଅଣ୍ଡର ୨୩ କ୍ରିକେଟର ସଲମାନ ଖାନଙ୍କ କାହାଣୀ ମଧ୍ୟ ଠିକ ଏହି ଭଳି ଯିଏକି କିଛିଦିନ ହେବ ତାଙ୍କ ପରିବାର ସହିତ ଏକ ତମ୍ବୁରେ ରହୁଛନ୍ତି ।

ଏକ ଭଡା ଘରେ ରହିବାର ସ୍ୱପ୍ନ ଭାଙ୍ଗିଗଲା 

୨୧ ବର୍ଷୀୟ ସଲମାନ ଖାନ ତାଙ୍କ ପରିବାର ସହିତ ମୁମ୍ବାଇର କ୍ରସ ଗ୍ରାଉଣ୍ଡ ନିକଟରେ ଥିବା ଏକ ତମ୍ବୁରେ ରୁହନ୍ତି  । ତାଙ୍କ ପିତା ଜଣେ ଗ୍ରାଉଣ୍ଡମ୍ୟାନ୍ ଯିଏ କ୍ଲବ ମ୍ୟାଚ୍ ଏବଂ କ୍ୟାମ୍ପ ମ୍ୟାଚ୍ ପାଇଁ କାମ କରି ଟଙ୍କା ରୋଜଗାର କରନ୍ତି । ତେବେ ଚଳିତ ବର୍ଷ କରୋନା ଭାଇରସ ହେତୁ ତାଙ୍କର କୌଣସି ରୋଜଗାର ହୋଇପାରୁନି । ଏଥି ସହିତ ସଲମାନ ଖାନ କହିଛନ୍ତି ଯେ ସେ ଆକାଶ ଟାଇଟରଙ୍କ ତରଫରୁ ଚଳିତ ବର୍ଷ ମୁମ୍ବାଇ ପ୍ରିମିୟର ଲିଗରେ ଖେଳିବାକୁ ଯାଉଛନ୍ତି, ଯେଉଁଥିରୁ ତାଙ୍କୁ ଏକ ଲକ୍ଷ ଟଙ୍କା ମିଳିବ ।

ସଲମାନଙ୍କ ପରିବାର ଭାବିଥିଲେ ଯେ, ଏହି ପଇସାରେ ଭଡ଼ା ଘରକୁ ସ୍ତାନାନ୍ତର ହୋଇଯିବେ । ସଲମାନ କହିଛନ୍ତି ଯେ, ଯଦି ଏମପିଏଲ ମ୍ୟାଚ ହୋଇଥାନ୍ତା ତେବେ ମୁଁ ମୋ ପରିବାର ସହ ଭଡ଼ା ଘରେ ରହିଥାନ୍ତି । ମୋ ପାଖରେ ଚାକିରି ବି ନାହିଁ ଏବଂ ଯେତିକି ପଇସା ସଞ୍ଚୟ କରିଥିଲେ ତାହା ମଧ୍ୟ ସରିଗଲାଣି । ତେଣୁ ସେ ବାଧ୍ୟ ହୋଇ ତମ୍ବୁରେ ରହୁଥିବା କହିଛନ୍ତି ।

 

Leave a Reply