ଭୁବନେଶ୍ବରରେ ପହଁଚିଲେ ଲିଜେଣ୍ଡସ କ୍ରିକେଟର

ଭୁବନେଶ୍ବର: ପହଁଚିଲେ ଲିଜେଣ୍ଡସ କ୍ରିକେଟର । ଆସନ୍ତାକାଲି, 27 ଓ ୨୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ୍ସ ଲିଗ କ୍ରିକେଟ। କାଲି ପ୍ରଥମ ମ୍ୟାଚ ଖେଳିବାକୁ ଆଜି 2ଟି ଟିମ ମଣିପାଲ ଟାଇଗରସ ଓ ଭିଲଓ୍ବାରା କିଙ୍ଗସର ଖେଳାଳି ଭୁବନେଶ୍ବର ଆସିଛନ୍ତି ।

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଖେଳାଳିଙ୍କୁ ସ୍ବାଗତ କରାଯାଇଛି । ଏୟାରପୋର୍ଟରୁ କଡା ସୁରକ୍ଷା ବଳୟ ମଧ୍ୟରେ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଛି ।

ସେପଟେ କଟକର ବାରବାଟୀ ଷ୍ଟା଼ିୟମରେ କ୍ରିକେଟ ମ୍ୟାଚ ହେବାକୁ ଥିବାବେଳେ ଆଇନ ଶୃଙ୍କଳା ବ୍ୟବସ୍ଥାକୁ ନେଇ ପୋଲିସ ବେସ ସତର୍କ ରହିଛି  । କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି  ।