IPL 2021 Points Table: ଶୀର୍ଷରେ ପହଞ୍ଚିଲା ଧୋନିଙ୍କ CSK, ତଳକୁ ଖସିଲା RCB

1 min read

ନୂଆଦିଲ୍ଲୀ: କ୍ୟାପ୍ଟେନ କୁଲ୍ ଏମଏସ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ବୁଧବାର କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ସନରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟରେ ପରାସ୍ତ କରି ସିଏସକେ ବିଜୟୀ ହୋଇଛି। ତେବେ ଏହି ବିଜୟ ସହିତ CSK ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଯାଇଛି। ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦର 6 ଟି ମ୍ୟାଚରେ ପଞ୍ଚମ ପରାଜୟ ହୋଇଛି। ଦଳ ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି।

ହାଇଦ୍ରାବାଦ ଦଳ ପ୍ରଥମେ ବ୍ୟାଟିଂ କରି 171 ସ୍କୋର କରିଥିଲା। ଏହାର ଜବାବରେ ସିଏସକେ 18.3 ଓଭରରେ ତିନୋଟି ୱିକେଟ୍ ସହ ଲକ୍ଷ୍ୟ ହାସଲ କରିଥିଲା। ଋତୁରାଜ ଗାଇକ୍ୱାଡ଼ CSKରୁ ସର୍ବାଧିକ 75 ରନ୍ ସଂଗ୍ରହ କରିଥିଲେ। ଏଥି ସହିତ ଫାଫ୍ ଡୁପ୍ଲେସିସ୍ ମଧ୍ଯ 56 ରନର ଇନିଂସ ଖେଳିଥିଲେ। ତେବେ ଏହି ବିଜୟ ପରେ ଦଳ 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ପହଞ୍ଚିଛି। ବିରାଟ କୋହଲିଙ୍କ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ମଧ୍ଯ ସମାନ ପଏଣ୍ଟ ଅଛି, କିନ୍ତୁ ଭଲ ନେଟ ରନ୍ ହାର ହେତୁ ଚେନ୍ନାଇ ଦଳ ଶୀର୍ଷରେ ଅଛି।

ଆଇପିଏଲ୍ 2021 ପଏଣ୍ଟ ଟେବୁଲ: ଆଇପିଏଲ୍ 2021 ରେ ଏପର୍ଯ୍ୟନ୍ତ ହୋଇଥିବା ମ୍ୟାଚ୍ ଉପରେ ଆଧାର କରି ଚେନ୍ନାଇ ସୁପର କିଙ୍ଗ୍ସ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି। ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ତୃତୀୟ ସ୍ଥାନରେ ରହିଛି। ଏବଂ ପାଞ୍ଚ ଥର ଆଇପିଏଲ ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି।

Leave a Reply