IPL T20ରେ ମିଡିଲ ଅର୍ଡରରେ ବ୍ୟାଟିଂ ବହୁତ ଗୁରୁତ୍ୱପୂର୍ଣ୍ଣ, ଜାଣନ୍ତୁ କେଉଁ ଦଳର ମିଡିଲ ଅର୍ଡର ବହୁତ ଶକ୍ତ

1 min read

ନୂଆଦିଲ୍ଲୀ: ଗତବର୍ଷ IPL ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଟାଇଟଲ ହାସଲ କରିଥିଲା। ୨୦୦୮ରୁ ୨୦୨୦ ଭିତରେ ମୋଟ ୫ ଥର ଟାଇଟଲ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ ।  ଯଦି କହିବା ସବୁଠାରୁ ଅଧିକ ଥର ଜିତିଛି ଏହି ଦଳ। ଫ୍ୟାନ ଫଲୋଇଁରେ ମଧ୍ୟ ଆଗରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ। ଆଉ ଏବେ ୨୦୨୧ ର ଟାଇଟଲ ହାସଲ କରିବାକୁ ଲକ୍ଷ୍ୟ ରଖିଛି ମୁମ୍ବାଇ। ଏଥିପାଇଁ ରୋହିତ ଶର୍ମାଙ୍କ ଟିମ୍‌ ପୁରା ପ୍ରସ୍ତୁତ ରହିଛି। ସେପଟେ ସୁନୀଲ ଗାଭାସ୍କରଙ୍କ ସମେତ ଅନେକ ମହାନ ଖେଳାଳି ମୁମ୍ବାଇକୁ ସେମାନଙ୍କର ସବୁଠାରୁ ପ୍ରିୟ ଦଳ ଭାବରେ କହିଛନ୍ତି। ଏହି ଦଳକୁ ପସନ୍ଦ କରିବାର ଅନେକ କାରଣ ରହିଛି। ଏହାର ଏକ ମୁଖ୍ୟ କାରଣ ହେଉଛି ମିଡିଲ ଓଭର ରେ ଭଲ ଖେଳର ପ୍ରଦର୍ଶନ। ଏହି ଦଳରେ ୭ରୁ ୧୬ ଓଭର ମଧ୍ୟରେ ସବୁବେଳେ ଭଲ ବ୍ୟାଟିଂର ପ୍ରଦର୍ଶନ ରହିଆସୁଛି। ସେଥିଲାଗି ଏହି ଦଳକୁ ଅନେକ ମହାନ ଖେଳାଳି ପସନ୍ଦ କରନ୍ତି। IPL ଲିଗ୍‌ର ପ୍ରଥମ ମ୍ୟାଚ୍ ୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଥିବା ବେଳେ  ମୁହାଁ ମୁହିଁ ହେବେ ମୁମ୍ବାଇ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

ଖେଳ କଥା ଉଠିଲେ ଆଗ କେଉଁ ଟିମର କେତେ ରନରେଟ ରହିଛି ତାହା ଦେଖାଯାଏ। କେଉଁ ଓଭରରେ କାହାର କେତେ ରନରେଟ ଥାଏ ସମସ୍ତେ ତର୍ଜମା କରନ୍ତି ତେବେ IPLର ପୂର୍ବ ସିଜିନ ୟୁଏଇରେ ଖେଳା ଯାଇଥିଲା। ସେହି ମ୍ୟାଚ୍‌ରେ ଯଦି ଆମେ ମିଡିଲ ଓଭରରେ ରହିଥିବା ରନରେଟକୁ ୮ଟି ଦଳ ମଧ୍ୟରେ ତୁଳନା କରିବା ତେବେ ମୁମ୍ବାଇ ଇଣ୍ଡିଆନ୍ସ ସବୁଠାରୁ ଆଗରେ ରହିବ। କାରଣ ମୁମ୍ବାଇରେ ଇଶାନ କିଶନ, କିରନ ପୋଲାର୍ଡ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଅଛନ୍ତି। ଅନ୍ୟପକ୍ଷରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରଦର୍ଶନ ଏହି ସମୟ ମଧ୍ୟରେ ସବୁଠାରୁ ଖରାପ ଥିଲା। ଆଉ ଏହି କାରଣରୁ, ଦଳ ଏଥର ନିଲାମରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ କିଣିଛି । ଯାହା ଦ୍ୱାରା ସେମାନେ ରନ୍ ହାରାହାରି ବୃଦ୍ଧି କରିପାରିବେ।

ଗତ ସିଜନରେ ମୁମ୍ବାଇ ୧୫ ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲା। ଏହି ଅବଧି ମଧ୍ୟରେ ଦଳ ମିଡିଲ ଅର୍ଡରରେ ପ୍ରାୟ ୮ ରନରେଟରେ ସ୍କୋର କରିଥିଲା। ସେହି ସମୟ ମଧ୍ୟରେ ଦଳର ଷ୍ଟ୍ରାଇକ୍‌ ରେଟ ପ୍ରାୟ ୩୬ ରହିଥିଲା । ଅନ୍ୟପକ୍ଷରେ ବେଙ୍ଗାଲୁରୁ ୬.୮  ରନରେଟରେ ସ୍କୋର କରିଥିବା ବେଳେ ଟ୍ରାଇକ୍‌ ଅର୍ଡର ରହିଥିଲା ୨୭ ।  ଅର୍ଥାତ୍ ମୁମ୍ବାଇ ପ୍ରତ୍ୟେକ ମ୍ୟାଚ୍‌ ମିଡିଲ ଓଭରରେ ୮୦ ରନ ସଂଗ୍ରହ କରୁଥିବା ବେଳେ ବେଙ୍ଗାଲୁରୁ ୬୮ ରନ୍ ସଂଗ୍ରହ କରିଥିଲା। ଉଭୟଙ୍କ ମଧ୍ୟରେ ମାତ୍ର ୧୨ ରନ୍ର ପାର୍ଥକ୍ୟ ଥିଲା।

ଏହି ରନରେଟକୁ ଦେଖିଲେ ପଞ୍ଜାବ ଦ୍ୱିତୀୟ ଏବଂ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ପଞ୍ଜାବ ୭.୮ ରନରେଟରେ ସ୍କୋର କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ ୭.୭, ରାଜସ୍ଥାନ ୭.୭ , ହାଇଦ୍ରାବାଦ ୭.୩, କୋଲକାତା ୭.୧ ଏବଂ ଚେନ୍ନାଇ ୭.୧ ରନରେଟରରେ ସ୍କୋର କରିଛି। ଗତ ସିଜନରେ ଦିଲ୍ଲୀ ଏବଂ ହାଇଦ୍ରାବାଦ ସର୍ବାଧିକ ୧୬-୧୬ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ ।

ଗତ ସିଜିନରେ ବହୁତ ବଡ଼ ବଡ଼ ସ୍କୋର ଦେଖିବାକୁ ମିଳିଥିଲା । ଏହା ପରେ ମଧ୍ୟ ପାୱାର ପ୍ଲେ ର ପ୍ରଥମ ୬ ଓଭରରେ ରାଜସ୍ଥାନ ରୟାଲ୍ସ ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରାଙ୍କ ପ୍ରଦର୍ଶନ ବହୁତ ଭଲ ରହିଥିଲା। ଜୋଫ୍ରା ଆର୍ଚର ୪.୩୫ ଇକୋନୋମି ସହିତ ପାୱାର ପ୍ଲେରେ ରନ୍ ଦେଇଥିଲେ । ସେହିପରି ବୁମ୍ରା ୫.୩୫ ଇକୋନୋମି ସହିତ ରନ୍ ଦେଇଥିଲେ । ଏହାରି ଭିତରେ ଅନ୍ୟ କୌଣସି ବୋଲରଙ୍କର ଇକୋନୋମି ୬ ତଳକୁ ରହିନାହିଁ।

Leave a Reply