IPL 2020: ଲଗାତାର ଅଷ୍ଟମଥର ପାଇଁ ଅନଲକି ସାବ୍ୟସ୍ତ ହେଲେ ରୋହିତ ଶର୍ମା

1 min read
Cricket IPL 2020 Rohit Sharma Mumbai Indias Team Lost Opening Match 8th Time In A Row

ଆବୁଧାବି: ଆରମ୍ଭ ହୋଇଛି ଆଇପିଏଲ୍ । ଫଟାଫଟ କ୍ରିକେଟରେ ହାରଜିତର ଲଢ଼େଇ । ଶନିବାର ଖେଳା ଯାଇଥିବା ଉଦଘାଟନୀ ମ୍ୟାଚରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି ଚେନ୍ନାଇ ସୁପର କିଙ୍ଗ୍ସ । ମୁମ୍ବାଇକୁ ଚେନ୍ନାଇ ୫ ୱିକଟରେ ପରାସ୍ତ କରିଛି । ରୋହିତଙ୍କ ଟିମ୍ ପୂର୍ବ ଭଳି ହାରିବାରୁ ଆରମ୍ଭ କରିଛି ଅଭିଯାନ । ଆଇପିଏଲ୍ ଇତିହାସରେ ଲଗାତାର ଅଷ୍ଟମଥର ପାଇଁ ମୁମ୍ବାଇ ପ୍ରଥମ ମ୍ୟାଚରେ ହିଁ ହାରିଛି ।

Cricket IPL 2020 Rohit Sharma Mumbai Indias Team Lost Opening Match 8th Time In A Row

ୟୁଏଇରେ ଆବୁଧାବି ମୈଦାରେ ରୋହିତ ପୁଣି ଦୋହରାଇଛନ୍ତି ପୁରୁଣା ଇତିହାସ । ରୋହିତଙ୍କ ଟିମ୍ ଆଇପିଏଲର ପ୍ରଥମ ମ୍ୟାଚ୍ ହାରିବା ୨୦୧୩ରୁ ଜାରି ରହିଛି । ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ଠାରୁ ହାରିଥିଲା । ୨୦୧୪ ଓ ୨୦୧୫ରେ କୋଲକାତା ନାଇଟ୍ ରାଇଡର୍ସରୁ ପରାଜୟର ମୁହଁ ଦେଖିଥିଲା ମୁମ୍ବାଇ । ୨୦୧୬ ଓ ୨୦୧୭ରେ ପୁନେ ଠାରୁ ମୁମ୍ବାଇ ମ୍ୟାଚ୍ ହାରିଥିଲା । ୨୦୧୮ରେ ଧୋନିଙ୍କ ଚେନ୍ନାଇ ରୋହିତଙ୍କ ମୁମ୍ବାଇକୁ ହରାଇଥିଲା । ୨୦୧୯ରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏବେ ପୁଣି ଥରେ ଚେନ୍ନାଇ ଠାରୁ ହାରିଛି ରୋହିତଙ୍କ ଟିମ୍ । ପ୍ରଥମ ମ୍ୟାଚରେ ହାରିବା ପରେ ବି ମୁମ୍ବାଇ ଇଣ୍ଡିଆନ୍ସ କେବେ ନିରାଶ ହୋଇନି ।

Cricket IPL 2020 Rohit Sharma Mumbai Indias Team Lost Opening Match 8th Time In A Row

ହାରରୁ ଆରମ୍ଭ କେତେ ଲକି ?

ରୋହିତଙ୍କ ଟିମ୍ ଯଦିଓ ଆଇପିଏଲର ପ୍ରଥମ ମ୍ୟାଚ୍ ହାରିବାରୁ ଆରମ୍ଭ କରୁଛି । ତଥାପି ୮ ବର୍ଷ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ୪ଥର ଚାମ୍ପିଅନ୍ ହୋଇଛି । କଣ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ପରାଜୟ ଲକି ସାବ୍ୟସ୍ତ ହେବ । ଏମିତି ଆଇପିଏଲ ଇତିହାସକୁ ଦେଖିଲେ ଅନେକ ଟିମ୍ ଆରମ୍ଭରୁ ଖରାପ ପ୍ରଦର୍ଶନ କରି ଶେଷରେ ବିଜୟୀ ହୋଇଛନ୍ତି । ଏମିତିରେ ରୋହିତଙ୍କ ଟିମରେ ଜଣଙ୍କ ଠାରୁ ଜଣେ ଚାମ୍ପିଆନ୍ ଖେଳାଳି ରହିଛନ୍ତି । ଯେଉଁମାନେ କି ଚାମ୍ପିଆନ୍ ହେବାର ଦମ୍ ରଖନ୍ତି ।

Cricket IPL 2020 Rohit Sharma Mumbai Indias Team Lost Opening Match 8th Time In A Row

ଫେରିଲା ଚେନ୍ନାଇ

ଅନ୍ୟପଟେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଠାରୁ ଲଗାତାର ହାରିବା ଧାରାରେ ବ୍ରେକ୍ ଲଗାଇଛି । ମୁମ୍ବାଇ ବିପକ୍ଷରେ ଚେନ୍ନାଇ ଲଗାତାର ପାଞ୍ଚଟି ମ୍ୟାଚ ହାରିବା ପରେ ବିଜୟ ଲାଭ କରିଛି । ଆଇପିଏଲରେ ଏବେ ରୋହିତଙ୍କ ଟିମ୍ ଆସନ୍ତା ବୁଧବାର କୋଲକାତା ନାଇଟ୍ ରାଇଡର୍ସ ସହ ଖେଳିବ ।

https://www.facebook.com/NandighoshaTV/videos/1047678255690250

Leave a Reply